fbpx
BSKY SKY
BSKY SKY

ଅଫିସରେ ଅଳସୁଆ ଲାଗିଲେ କରନ୍ତୁ ଏହି କାମ: ସଙ୍ଗେସଙ୍ଗେ ଦୂର ହବେ ନିଦ

BSKY

ଆଜିକାଲି ଅଫିସରେ କାର୍ଯ୍ୟ ଭାର କାରଣରୁ ନିଦ ଲାଗିବା ଏକ ସାଧାରଣ କଥା । ତେବେ ଏହାକୁ ନେଇ ଅନେକ କର୍ମଚାରୀମାନଙ୍କର ମଧ୍ୟ ଅଭିଯୋଗ ରହିଥାଏ । ମୁଖ୍ୟତଃ ମଧ୍ୟାନ ଭୋଜନ ପରେ ଅଫିସରେ ଅଧିକ ନିଦ ଲାଗିଥାଏ। ଯେଉଁଥିପାଇଁ କର୍ମଚାରୀମାନେ ଠିକ୍ ଭାବରେ କାମ କରିପାରନ୍ତି ନାହିଁ। ଫଳରେ ମାଲିକଙ୍କ ନିକଟରୁ ଗାଳି ଶୁଣିବାକୁ ପଡିଥାଏ। ଯଦି ଆପଣଙ୍କ ସହିତ ଏପରି କିଛି ହେଉଛି ତେବେ ଏହି ଖବରଟି ଆପଣମାନଙ୍କ ପାଇଁ। ଆମେ ଆଜି ଆପଣଙ୍କୁ କିଛି ଟିପ୍ସ ବିଷୟରେ କହିବାକୁ ଯାଉଛୁ । ଯାହାଦ୍ୱାରା ତୁରନ୍ତ ଆପଣଙ୍କ ନିଦ ଦୂର ହୋଇଯିବ।

କମ ଖାଆନ୍ତୁ: ଅଫିସରେ ନିଦରୁ ରକ୍ଷା ପାଇବା ପାଇଁ ଆପଣ କମ୍ ଖାଦ୍ୟ ଖାଆନ୍ତୁ। ଏଥିସହିତ ମିଠା ମଧ୍ୟ ଖାଆନ୍ତୁ ନାହିଁ , କାରଣ ମିଠା ଖାଇବା ଦ୍ୱାରା ଅଧିକ ନିଦ ଲାଗିଥାଏ। ତେଣୁ ଅଫିସରେ କମ୍ ଖାଦ୍ୟ ଖାଆନ୍ତୁ।

କିଛି ସମୟ ବୁଲନ୍ତୁ: ଅଫିସରେ ଗୋଟିଏ ଜାଗାରେ ଅଧିକ ସମୟ ବସି କାମ କରିବା ଦ୍ୱାରା ଅଳସୁଆ ଅନୁଭବ ହୋଇଥାଏ। ଏହାପରେ ଧିରେ ଧିରେ ନିଦ ଲାଗିଥାଏ । ତେଣୁ ଅଫିସରେ ମଝିରେ ମଝିରେ ଅଳ୍ପ ସମୟ ପାଇଁ ନିଜ ସ୍ଥାନରୁ ଉଠି ଏପଟ ସେପଟ ହୁଅନ୍ତୁ। ତେବେ କାନାଡାର ଏକ ୟୁନିର୍ଭସିଟିରେ ହୋଇଥିବା ରିସର୍ଚ୍ଚ ଅନୁଯାୟୀ ପ୍ରତି ଘଣ୍ଟାରେ ପାଖାପାଖି ୧୫ ମିନିଟ୍ ଛିଡା ହେବା ଉଚିତ୍ । ତେଣୁ ଆପଣ ଅଫିସରେ କିଛି ସମୟ ବୁଲାବୁଲି କରନ୍ତୁ ।

ଯୋଗ କରନ୍ତୁ : ସକାଳୁ ଉଠିବା ପରେ କିଛି ସମୟ ଯୋଗ ଓ ପ୍ରାଣାୟମ କରିବାର ଅଭ୍ୟାସ ରଖନ୍ତୁ । ଏପରି କରିବା ଦ୍ୱାରା ଆପଣ ପୁରା ଦିନ ଅଫସରେ ସତେଜ ଅନୁଭବ କରିବେ ଓ କାମ କରିବାକୁ ଭଲ ଲାଗିବ ।

ଡେକ୍ସ ଷ୍ଟ୍ରେଚିଙ୍ଗ: ଅଫିସରେ ଅଳସୁଆ ଲାଗିଲେ ଆପଣ ଚୌକିରେ ବସି ବସି ଡେକ୍ସ ଷ୍ଟ୍ରେଚିଙ୍ଗ ମଧ୍ୟ କରିପାରିବେ । ଏପରି କରିବା ଦ୍ୱାରା ରକ୍ତ ସଞ୍ଚାଳନ ବଢିବା ସହ ମାସଂପେଶୀ ମଧ୍ୟ ସଙ୍କୋଚନ ଓ ପ୍ରସାରଣ ହୋଇଥାଏ । ଯାହାଫଳରେ ଆପଣ ସତେଜ ଅନୁଭବ କରିଥାନ୍ତି ।

ଚାହା କିମ୍ବା କଫି ପିଅନ୍ତୁ: ଅଧିକ ଚାହା କିମ୍ବା କଫି ପିଇବା ଦ୍ୱାରା ଅନେକ ପ୍ରକାର ସମସ୍ୟା ଦେଖାଦେଇଥାଏ । କିନ୍ତୁ ଅଫିସରେ ନିଦରୁ ରକ୍ଷା ପାଇବା ପାଇଁ ଆପଣ ଚାହା କିମ୍ବା ପିଇ ପାରିବେ । ଏଥିରେ ଥିବା କଫିନ୍ ଅଳସୁଆପଣ ଦୂର କରିବା ସହ ଶରୀରରେ ସତେଜତା ଭରିଥାଏ । ଏଥି ସହିତ ଆପଣ ଡାର୍କ ଚକୋଲେଟ୍ ମଧ୍ୟ ଖାଇ ପାରିବେ । ଏହା ମଧ୍ୟ ଶରୀରରେ ସତେଜତା ଆଣିଥାଏ ।

Get real time updates directly on you device, subscribe now.