fbpx

ପତ୍ନୀଙ୍କ ନାଁରେ ଆଜି ହିଁ ଖୋଲନ୍ତୁ ଏହି ଆକାଉଣ୍ଟ: ପ୍ରତି ମାସରେ ମିଳିବ ୪୪,୭୯୩ ଟଙ୍କା, ଜାଣନ୍ତୁ ପ୍ରୋସେସ୍

ନୂଆଦିଲ୍ଲୀ: ସାଧାରଣ ପରିବାରରେ ପ୍ରାୟତଃ ପୁରୁଷମାନଙ୍କ ଉପରେ ଘରର ଦାୟିତ୍ୱ ରହିଥାଏ। ଯଦି ଘରେ ମହିଳାମାନେ ଆତ୍ମନିର୍ଭର ହୁଅନ୍ତି ତେବେ ସେ ଘରେ ପୁରୁଷଙ୍କ ଅନୁପସ୍ଥିତିରେ ମଧ୍ୟ ଘର ସୁରୁଖୁରୁରେ ଚାଲି ପାରିବ। ଯଦି ଆପଣ ନିଜ ପତ୍ନୀଙ୍କୁ ଆତ୍ମନିର୍ଭର କରିବାକୁ ଚାହୁଁଛନ୍ତି, ଯାହାଦ୍ୱାରା ଆପଣଙ୍କ ଅନୁପସ୍ଥିତିରେ ରେଗୁଲାର ଇନକମ୍ ଆସିବ ଓ ଭବିଷ୍ୟତରେ ପତ୍ନୀଙ୍କୁ ଟଙ୍କା ପାଇଁ କାହା ଉପରେ ନିର୍ଭର ହେବାକୁ ପଡିବ ନାହିଁ, ତେବେ ଆଜିଠାରୁ ଆପଣ ରେଗୁଲାର ଇନକମ୍ ପାଇଁ ବ୍ୟବସ୍ଥା କରିପାରିବେ। ଏଥିପାଇଁ ଆପଣଙ୍କୁ ଜାତୀୟ ପେନ୍ସନ୍ ଯୋଜନାରେ ନିବେଶ କରିବା ଉଚିତ୍।

ଆପଣ ନିଜ ପତ୍ନୀଙ୍କ ନାମରେ ଏକ ନ୍ୟୁଉ ପେନ୍ସନ୍ ସିଷ୍ଟମ୍ (ଏନପିଏସ) ଆକାଉଣ୍ଟ୍ ଖୋଲିପାରିବେ। ଏନପିସି ଆକାଉଣ୍ଟ ଆପଣଙ୍କ ପତ୍ନୀଙ୍କୁ ୬୦ ବର୍ଷ ବୟସ ପରେ ଟଙ୍କା ଦେବ। ଏହା ସହ ପ୍ରତି ମାସରେ ସେମାନେ ପେନସନ ଆକାରରେ ରେଗୁଲାର ଇନକମ୍ ହେବ। କେବଳ ଏତିକି ନୁହେଁ, ଏନପିସି ଆକାଉଣ୍ଟ ସହ ଆପଣଙ୍କ ପତ୍ନୀ ପ୍ରତି ମାସରେ କେତେ ପେନସନ୍ ପାଇବେ, ତାହା ମଧ୍ୟ ଆପଣ ସ୍ଥିର କରିପାରିବେ। ଏହା ସହିତ,ଆପଣଙ୍କ ପତ୍ନୀ ୬୦ ବର୍ଷ ବୟସ ପରେ ଟଙ୍କା ପାଇଁ କାହା ଉପରେ ନିର୍ଭରଶୀଳ ହେବେ ନାହିଁ। ଏହି ସ୍କିମ୍ ବିଷୟରେ ବିସ୍ତୃତ ଭାବରେ ଜାଣିବା।

ଆପଣ ନ୍ୟୁ ପେନ୍ସନ୍ ସିଷ୍ଟମ୍ (ଏନପିସି) ଆକାଉଣ୍ଟରେ ନିଜ ସୁବିଧା ଅନୁଯାୟୀ ପ୍ରତି ମାସ କିମ୍ବା ବାର୍ଷିକ ଟଙ୍କା ଜମା କରିପାରିବେ । ଆପଣ ମାତ୍ର ୧୦୦୦ ଟଙ୍କା ସହିତ ଆପଣଙ୍କ ପତ୍ନୀଙ୍କ ନାମରେ ଏକ ଏନପିସି ଆକାଉଣ୍ଟ ଖୋଲିପାରିବେ। ଏନପିସି ଆକାଉଣ୍ଟ ୬୦ ବର୍ଷ ବୟସରେ ମ୍ୟାଚୋର ହୁଏ। ନୂଆ ନିୟମ ଅନୁଯାୟୀ, ଯଦି ଆପଣ ଚାହାଁନ୍ତି ତେବେ ପତ୍ନୀଙ୍କ ବୟସ ୬୫ ବର୍ଷ ପର୍ଯ୍ୟନ୍ତ ମଧ୍ୟ ଆପଣ ଏନପିସି ଆକାଉଣ୍ଟ ଚଲାଇପାରିବେ।

ଉଦାହରଣ ସ୍ୱରୂପ, ଯଦି ଆପଣଙ୍କର ପତ୍ନୀ ୩୦ ବର୍ଷ ବୟସ ଏବଂ ଆପଣ ତାଙ୍କ ଏନପିସି ଆକାଉଣ୍ଟରେ ପ୍ରତିମାସରେ ୫୦୦୦ ଟଙ୍କା ବିନିଯୋଗ କରନ୍ତି । ଯଦି ସେ ବାର୍ଷିକ ପୁଞ୍ଜି ନିବେଶର ୧୦ ପ୍ରତିଶତ ରିଟର୍ନ ପାଆନ୍ତି, ତେବେ ୬୦ ବର୍ଷ ବୟସରେ ତାଙ୍କ ଆକାଉଣ୍ଟରେ ମୋଟ ୧.୧୨ କୋଟି ଟଙ୍କା ରହିବ । ଏଥିରୁ ସେମାନେ ପ୍ରାୟ ୪୫ ଲକ୍ଷ ଟଙ୍କା ପାଇବେ । ଏହା ବ୍ୟତୀତ ତାଙ୍କୁ ପ୍ରତିମାସରେ ପ୍ରାୟ ୪୫,୦୦୦ ଟଙ୍କାର ପେନସନ୍ ମିଳିବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ପେନସନ୍ ସେମାନଙ୍କୁ ଆଜୀବନ ମିଳିବ ।

Get real time updates directly on you device, subscribe now.