fbpx

କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ପାଇଁ କେନ୍ଦ୍ର ଜାରି କଲା ନୂଆ ଗାଇଡଲାଇନ୍

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ବିଶେଷଜ୍ଞଙ୍କ କହିବାନୁସାରେ, ଜାନୁଆରୀ ଶେଷ ସୁଦ୍ଧା ସଂକ୍ରମଣ ପିକ୍ କୁ ଯାଇପାରେ । ଏହି ପରିପ୍ରେକ୍ଷୀରେ ସୋମବାର ଦିନ କୋଭିଡ୍ ସାମ୍ପଲ୍ ର ଟେଷ୍ଟିଂ ପାଇଁ ନୂଆ ଗାଇଡଲାଇନ୍ ଜାରି ହୋଇଛି । ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ(ଆଇସିଏମଆର) କହିଛନ୍ତି ଯେ, କୋଭିଡ୍ ରୋଗୀଙ୍କ ସଂସ୍ପର୍ଶରେ ଆସିବା ପରେ ସେପର୍ଯ୍ୟନ୍ତ କୌଣସି ଟେଷ୍ଟିଂର ଆବଶ୍ୟକତା ନାହିଁ, ଯେପର୍ଯ୍ୟନ୍ତ ତାଙ୍କୁ ବୟସ ଓ କମରେଡିଡିଟି ଆଧାରରେ ହାଇରିସ୍କ ରୂପରେ ଚିହ୍ନଟ କରାଯାଇନାହିଁ ।

ଆଇସିଏମଆର୍ ଏକ ବୟାନରେ କହିଛି ଯେ, ହୋମ୍ ଆଇସୋଲେସନ୍ ପରେ ଡିସଚାର୍ଜ କରାଯାଇଥିବା ରୋଗୀ କିମ୍ବା କୋଭିଡ୍ ଫାସିଲିଟି ରୁ ଡିସଚାର୍ଜ ହୋଇଥିବା ରୋଗୀଙ୍କ ଟେଷ୍ଟିଂର ଆବଶ୍ୟକତା ନାହିଁ । କିନ୍ତୁ ଯଦି କାଶ, ଜ୍ୱର, ଗଳାରେ ଯନ୍ତ୍ରଣା କିମ୍ବା ସ୍ୱାଦ ଓ ଗନ୍ଧ ବାରିବାରେ ସମସ୍ୟା ଭଳି କୋଭିଡ୍ ଲକ୍ଷଣ ଦେଖାଦେଲେ ଉକ୍ତ ବ୍ୟକ୍ତିଙ୍କୁ ଟେଷ୍ଟିଂର ଆବଶ୍ୟକତା ରହିଛି । ଏହା ବ୍ୟତୀତ ୬୦ ବର୍ଷରୁ ଅଧିକ ବୟସ ବର୍ଗର ଲୋକମାନେ ଯାହାର ମଧୁମେହ, ଉଚ୍ଚ ରକ୍ତଚାପ, ଫୁସଫୁସ୍ ଜନିତ ରୋଗ ରହିଛି ସେମାନେ ଟେଷ୍ଟ କରାଇବା ଉଚିତ୍ ।

Get real time updates directly on you device, subscribe now.