fbpx

ଚାରିଧାମ ଯାତ୍ରାରେ ବାହାରିଥିଲେ ଏହି ପ୍ରସ୍ତୁତି କରି ଆସନ୍ତୁ, ଭିଡ ନିୟନ୍ତ୍ରଣ ଲାଗି ପ୍ରଶାସନ ଲାଗୁ କଲା ଏହି ବ୍ୟବସ୍ଥା

Advertisement

ଉତ୍ତରକାଶୀ: ଚାରିଧାମ ଯାତ୍ରା ଲାଗି ଶ୍ରଦ୍ଧାଳୁଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି । ଉତ୍ତରାଖଣ୍ଡରେ ଏହି କାରଣରୁ ଭୀଷଣ ଭିଡ ପରିଲକ୍ଷିତ ହେଉଛି । ଏହି ଭିଡ ଏବେ ଶ୍ରଦ୍ଧାଳୁ ଓ ପ୍ରଶାସନ ଲାଗି ଚିନ୍ତାର କାରଣ ପାଲଟିଛି । ଗଙ୍ଗୋତ୍ରୀ-ଯମୁନୋତ୍ରୀ ହାଇୱେ ସହିତ ଯାତ୍ରାର ସମସ୍ତ ରୁଟ୍ରେ ଭୟଙ୍କର ଜାମ୍ ଲାଗି ରହୁଛି । ଏହି କାରଣରୁ ଯାତ୍ରୀଙ୍କୁ ଧାମରେ ପହଞ୍ଚିବାକୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି । ଗତ ୫ ଦିନ ଭିତରେ ୨ ଲକ୍ଷ ୭୬ ହଜାର ଶ୍ରଦ୍ଧାଳୁ ଦର୍ଶନରେ ଆସିଛନ୍ତି । ତେବେ ପୋଲିସ ସଡକ ମାର୍ଗରେ ଜାମ୍ ଅବସ୍ଥା ଦେଖି ଗେଟ୍ ସିଷ୍ଟମ ଲାଗୁ କରି ଦେଇଛି । ଏହା ଜରିଆରେ ଗାଡିକୁ ୱାନ ୱେ କରି ପଠାଯାଉଛି ।

ଆଜି ଅର୍ଥାତ୍ ବୁଧବାର ମଧ୍ୟ ଗଙ୍ଗୋତ୍ରୀ ଯମୁନୋତ୍ରୀ ହାଇୱେରେ ଭୟଙ୍କର ଭିଡ ପରିଲକ୍ଷିତ ହୋଇଥିଲା । ଏଥିପାଇଁ ବିଭିନ୍ନ ସ୍ଥାନରେ ଗେଟ୍ ସିଷ୍ଟମ କରାଯାଇ ଗାଡିକୁ ୱାନୱେ କରି ପଠାଯାଉଛି । ଏହି ଗେଟ୍ ସିଷ୍ଟମ ଯୋଗୁ ବିପରୀତ ପଟ ଟ୍ରାଫିକ୍ ବହୁ ସମୟ ଧରି ବନ୍ଦ ରହୁଛି ଓ ଯାତ୍ରୀମାନେ ଭୋକ ଉପାସରେ ଦୀର୍ଘ ସମୟ ଧରି ଅପେକ୍ଷା କରି ରହୁଛନ୍ତି । ଏହା ଲକ୍ଷ୍ୟ କରି ପ୍ରଶାସନ ଗେଟ୍ ସିଷ୍ଟମ ବାଲା ସ୍ଥାନରେ ଯାତ୍ରୀଙ୍କ ପାଇଁ ମାଗଣା ଖାଦ୍ୟ ପାନୀୟର ବ୍ୟବସ୍ଥା ବି କରିଛି । ତେବେ ଏହାଦ୍ୱାରା ଗୋଟିଏ ଫାଇଦା ହୋଇଛି କି ଧାମରେ ଭିଡ ନିୟନ୍ତ୍ରିତ ହୋଇ ପାରିଛି । ଏଠାକୁ ଆସୁଥିବା ଲୋକମାନେ ଉପଯୁକ୍ତ ଖାଦ୍ୟପେୟର ବ୍ୟବସ୍ଥା ସହ ଏଠାକୁ ଆସିବାକୁ ନିବେଦନ କରାଯାଉଛି ।  ଚାରିଧାମ ଯାତ୍ରାରେ ଅପ୍ରତ୍ୟାଶିତ ଭିଡକୁ ଦେଖି ଆଜି ଉତ୍ତରାଖଣ୍ଡ ମୁଖ୍ୟ ସଚିବ ରାଧା ରତୁଡି ରାଜ୍ୟ ସଚିବାଳୟରେ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି ଓ ଏହି ସମସ୍ୟାର ସମାଧାନ ଲାଗି ବିଭିନ୍ନ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।

Get real time updates directly on you device, subscribe now.