ମଦ ପିଉଥିବା ବ୍ୟକ୍ତି ଭାରତୀୟ ନୁହେଁ, ଜାଣନ୍ତୁ କାହିଁକି ଏମିତି କହିଲେ ବିହାର ମୁଖ୍ୟମନ୍ତ୍ରୀ

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବୁଧବାର ବିଧାନସଭାରେ ମଦ ନିଷେଧ ଆଇନ ସଂଶୋଧନ ବିଲ୍ କୁ ନେଇ କଠୋର ନିର୍ଦ୍ଦେଶ ଦେଇଛନ୍ତି । ସେ କହିଛନ୍ତି ସରକାର ବିଷାକ୍ତ ମଦ ପିଇ ମୃତ୍ୟୁବରଣ କରୁଥିବା କୌଣସି ବ୍ୟକ୍ତିଙ୍କ ପ୍ରତି ସମ୍ବେଦନଶୀଳ ହେବେ ନାହିଁ । ସେ କହିଛନ୍ତି ମଦ ନିଷେଧ କାନୁନ ଏବଂ ବାପୁଙ୍କ ସିଦ୍ଧାନ୍ତକୁ ମାନୁନଥିବା ଏବଂ ମଦ ପିଉଥିବା ହିନ୍ଦୁସ୍ତାନୀ ନୁହେଁ ସେମାନେ ମହାପାପୀ, ସେମାନେ ଅଯୋଗ୍ୟ ।

ପ୍ରକୃତରେ ଆରଜେଡି ନେତା ସୁନୀଲ ସିଂହ ମଦ ନିଷେଧ କାନୁପ ପରେ ବିହାରରେ ଅନ୍ୟ ନିଶା ପ୍ରଚଳନ ବଢ଼ିଥିବା ନେଇ କହିଥିଲେ । ସେ ମଦ ପିଇବା ଯୋଗୁଁ ଗିରଫ ହୋଇ ଜେଲରେ ଥିବା ଲୋକଙ୍କୁ ବିନା ସର୍ତ୍ତରେ ଛାଡ଼ିବାକୁ ଦାବି କରିଥିଲେ । କିନ୍ତୁ ସୁନୀଲଙ୍କ ପରାମର୍ଶକୁ ନୀତୀଶ କୁମାର ଖାରଜ କରିଦେଇଥିଲେ । ଏବଂ କହିଥିଲେ ବିଷାକ୍ତ ମଦ ପିଇ ମୃତ୍ୟୁ ହେଉଥିବା କିମ୍ବା ଜେଲ ଯାଉଥିବା ଲୋକଙ୍କ ପ୍ରତି ସରକାର ସହାନୁଭୂତି ଦେଖାଇବେନାହିଁ । ସରକାର ବିଷାକ୍ତ ମଦ ତିଆରି କରୁଥିବା ଲୋକଙ୍କୁ ଛାଡ଼ିବେନାହିଁ ।

ସେ ଆହୁରି କହଇଥିଳେ ମଦ ନିଷେଧ ଯୋଗୁଁ ବିହାରରେ ପ୍ରାୟ ୨ କୋଟି ଲୋକଙ୍କ ଘରେ ଖୁସି ଫେରିଛି । ଏହା ଛଡ଼ା ମହିଳାମାନେ କହିଛନ୍ତି ଯେ ଘରେ ସଞ୍ଚୟ ବଢ଼ିଛି । ଆର୍ଥିକ ସ୍ଥିତି ସୁଧୁରିଛି । ସେ କହିଛନ୍ତି ଅନ୍ୟ ରାଜ୍ୟରେ ମଦ ନିଷେଧ ନାହିଁ ଫଳରେ ବିହାର ତୁଳନାରେ ସେଠାରେ ଅଧିକ ଲୋକ ବିଷାକ୍ତ ମଦ ପିଇ ମୃତ୍ୟୁବରଣ କରୁଛନ୍ତି ।