ସାବଧାନ ! ଅଧିକ ସମୟ ରିଲ୍ସ ଦେଖୁଥିଲେ ଭୋଗିପାରନ୍ତି ଏହି ସମସ୍ୟା

ବତ୍ତର୍ମାନ ସମୟରେ ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବଡ଼ ଲୋକମାନଙ୍କ ମଧ୍ୟରେ ଦେଖାଦେଉଛି ଅନେକ ପ୍ରକାରର ସମସ୍ୟା । ଅନେକ ସମସ୍ୟା ମଧ୍ୟରୁ ଗୋଟିଏ ବଡ଼ ସମସ୍ୟା ହେଉଛି ‘ଆଖି ଖରାପ ହେବା’ । ଏବେ ଯାହାକୁ ଦେଖିବେ ସେ ଚଷମା ବ୍ୟବହାର କରୁଥିବେ, ସେ ଛୋଟ ଛୁଆ ହୁଅନ୍ତୁ କିମ୍ବା ବଡ଼ ଲୋକ । ବର୍ତ୍ତମାନ ଘାରିଛି ଆଖି ସମସ୍ୟା । ଆପଣମାନେ ଜାଣିଛନ୍ତି କି ଏହି ସମସ୍ୟା କାହିଁକି ହେଉଛି । ତେବେ ଆସନ୍ତୁ ଜାଣିବା ଏହାର ସମ୍ପୂର୍ଣ୍ଣ ଡିଟେଲ୍ସ ।

ଆପଣମାନେ ନିଶ୍ଚିତ ଭାବରେ ଫୋନ୍ ଚଲାଉଥିବେ । ଏବେ ତ ଏପରି ସମୟ ହେଲାଣି ଜନ୍ମ ହୋଇଥିବା ଛୁଆମାନେ ମଧ୍ୟ ଫୋନ୍ ନଦେଖିଲେ ତାଙ୍କର କାନ୍ଦ ବନ୍ଦ ହୋଇନଥାଏ । ଏହା ହେଉଛି ସବୁଠାରୁ ବଡ଼ ଭୁଲ୍ । କାହିଁକିନା ଛୋଟ ପିଲାମାନଙ୍କୁ ଫୋନ୍ ଦେଖାଇବା ଅଭ୍ୟାସ ଛୁଆଙ୍କୁ ଖରାପ ରାସ୍ତାକୁ ଟାଣି ନେଇଥାଏ । ଖାଲି ଏତିକି ନୁହେଁ ଅନେକ ସମସ୍ୟାରେ ମଧ୍ୟ ପକାଇଥାଏ, ଯାହା ହେଉଛି ଆଖି ସମସ୍ୟା । ବର୍ତ୍ତମାନ ସମୟରେ ଇନଷ୍ଟାଗ୍ରାମ୍, ଫେସବୁକ୍, ୟୁଟ୍ୟୁବ୍ ଭଳି ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଆପଣମାନେ ଭିଡିଓ ଏବଂ ରିଲ୍ ଦେଖୁଥିବେ ନିଶ୍ଚୟ ।

ଆପଣମାନେ ସବୁ କଥା ଜାଣିବି ସଚେତନ ହେଉନାହାଁନ୍ତି, ଯାହା ଦ୍ବାରା ଅନେକ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି । ଆପଣମାନେ ରିଲ୍ ଦେଖି ଆପଣଙ୍କର ଆଖିକୁ ଖରାପ କରୁଛନ୍ତି । ତେବେ ବର୍ତ୍ତମାନ ଏହି ରିଲ୍ ଦେଖିବେ ଅଭ୍ୟାସ୍ ବନ୍ଦ କରନ୍ତୁ ଦେଖିବେ ଆପଣ ସୁରକ୍ଷିତ ରହିପାରିବେ । ଏକଥା ଆମେ କହୁନୁ, ଏକଥା ଚକ୍ଷୁ ବିଶେଷଜ୍ଞ ଡାକ୍ତରମାନେ କହୁଛନ୍ତି ।

ଏଥି ସହ ଆପଣମାନେ ନିଶ୍ଚିତ ଭାବରେ ଲକ୍ଷ କରିଥିବେ ଯେ ଜଣେ ଲୋକ ଅଫିସ୍ ହେଉ କିମ୍ବା ବାହାରେ ହେଉ, ଯଦି କିଛି ଫାଙ୍କା ସମୟ ପାଆନ୍ତି ସେ ସଙ୍ଗେ ସଙ୍ଗେ ରିଲ୍ସ ଦେଖିବା ଆରମ୍ଭ କରନ୍ତି । ଆପଣଙ୍କର ଏହି ଅଭ୍ୟାସ ଯୋଗୁଁ ଅନେକ ସମସ୍ୟାରେ ସମ୍ମୁଖୀନ ହୋଇପାରନ୍ତି । ତେବେ ଆପଣ ଏଥି ପ୍ରତି ସଚେତନ ରହିବା ନିହାତି ଆବଶ୍ୟକ ।

ଛୋଟପିଲା ହୁଅନ୍ତୁ କି ବଡ଼ ଲୋକ ଯଦି ଆଖି ଖରାପ ହୁଏ ତେବେ ଆଖିରେ ଅନେକ ସମସ୍ୟା ଦେଖାଦେଇଥାଏ । ଯେପରି ଆଖି ବିନ୍ଧା, ଜଳାପୋଡା, ଆଖିରୁ ଲୁହ ବାହାରିବା ଇତ୍ୟାଦି । ଏଥି ସହ ଆଖି ଲାଲ୍ ମଧ୍ୟ ପଡିଯାଏ ଏବଂ ଆଖିର ପାୱାର କମିଯାଏ । ଯଦି ଆପଣଙ୍କର ଆଖିର ପାୱାର କମୁଛୁ ତେବେ ଆପଣ ଯାହା ଦେଖିବେ ଆପଣଙ୍କୁ ଭଲ ଭାବରେ ଦେଖାଯିବନି ଝାପ୍ସା ଦିସିବ । ଏହା ସହ ଅନ୍ୟମାନଙ୍କ ତୁଳନାରେ କିଛି ଦୂର ବାଟରେ ଥିବା ଜିନିଷକୁ ଆପଣ ଭଲ ଭାବରେ ଦେଖିପାରିବେ ନାହିଁ । ଖାସ୍ କରି ଛୋଟପିଲାଙ୍କ ପାଇଁ ଏହା ହେଉଛି ଏକ ବଡ଼ ସମସ୍ୟା ।

ଯଦି ଆପଣ ଆଖି ଖରାପ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି, ତେବେ ଚୁନାମାଛ, ସବୁଜପନିପରିବା ସହ ହେଲଦି ଖାଦ୍ୟ ଖାଇବା ଅଭ୍ୟାସ୍ କରନ୍ତୁ । ଯାହା ଦ୍ବାରା ଖାଲି ଆଖି ସମସ୍ୟା ନୁହେଁ ବରଂ ଅନେକ ସମସ୍ୟା ଦୂର ହେବାକୁ ଲାଗିବ ।