fbpx

Kargil Vijaya Diwas: ବାଜପେୟୀଙ୍କ ସେହି ଶବ୍ଦ, କାଲି ସକାଳୁ ଆରମ୍ଭ କରିଦେବ ….କାରଗିଲରେ କାନ୍ଦିଥିଲା ପାକିସ୍ତାନ

ଓଡିଶା ଭାସ୍କର: କାରଗିଲ ଯୁଦ୍ଧରେ ଭାରତୀୟ ସେନା ପାକିସ୍ତାନକୁ ମୁହଁତୋଡା ଜବାବ ଦେଉଥିଲା । ଏହି ସମୟରେ ଏମିତି ଏକ ସମୟ ଆସିଲା ଯାହା କାରଗିଲ ଯୁଦ୍ଧର ରୂରପରେଖକୁ ବଦଳାଇ ଦେଇଥିଲା । ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଏହି ନିଷ୍ପତ୍ତି ବେଶ୍ ସାଫଲ୍ୟମଣ୍ଡିତ ମଧ୍ୟ ହେଲା । ସେ ଯୁଦ୍ଧରେ ଭାରତୀୟ ବାୟୁସେନାକୁ ଓହ୍ଲାଇଥିଲେ ।
୨୬ ବର୍ଷ ପୂର୍ବେ କାରଗିଲରେ ପାକିସ୍ତାନ ସେନାର ପ୍ରବେଶ ଦେଶବାସୀଙ୍କୁ ସ୍ତବ୍ଧ କରିଦେଇଥିଲା । ଏହି ଯୁଦ୍ଧ ଫଳରେ ଭାରତୀୟ ସେନାର ଦୁଇ ଜେନେରାଲ ମଧ୍ୟ ଲଢିଥିଲେ । ସେମାନେ ନିଜ ମଧ୍ୟରେ ବାକ୍ ଯୁଦ୍ଧ ଆରମ୍ଭ କରିଦେଇଥିଲେ ଯୁଦ୍ଧରେ ଭାରତୀୟ ବାୟୁସେନାର ଭାଗ ନେବା ଓ ନ ନେବାକୁ ନେଇ । ସେହିସମୟର ଭାରତୀୟ ସେନା ପ୍ରମୁଖ ବେଦ ପ୍ରକାଶ ମଲିକ ଓ ତତ୍କାଳୀନ ବାୟୁସେନା ମୁଖ୍ୟ ୟଶବନ୍ତ ଟିପନିସଙ୍କ ମଧ୍ୟରେ ବୈଠକ ହୋଇଥିଲା ।

ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନିଷ୍ପତ୍ତି ହିଁ ସଫଳ ସାବ୍ୟସ୍ତ ହେଲା । ସେ କହିଥିଲେ ଯେ, ଆସନ୍ତାକାଲି ଆରମ୍ଭ କରିଦେବ । ପ୍ରଥମେ ବାୟୁସେନାର ଯୁଦ୍ଧରେ ଭାଗ ନେବାକୁ ନେଇ ବାଜପେୟୀ ମଧ୍ୟ ନାରାଜ ଥିଲେ । ମାତ୍ର, ଭାରତୀୟ ସେନାର ପ୍ରମୁଖଙ୍କ କହିବାପରେ ଓ ଯୁଦ୍ଧରେ ତାହାର ଆବଶ୍ୟକତାକୁ ପାଥେୟ କରି ବାଜପେୟୀ ମଧ୍ୟ ନିଜର ଏହି ଅଟଳ ନିଷ୍ପତ୍ତି ନେଲେ ବୋଲି ଏକ କାର୍ଯ୍ୟକ୍ରମରେ କହିଥିଲେ ବାୟୁସେନାର ତତ୍କାଳୀନ ମୁଖ୍ୟ ୟଶବନ୍ତ ଟିପନିସ । ଫଳରେ ଯୁଦ୍ଧରେ ଭାରତର ପଲା ଭାରି ହେଲା ଓ ପରବର୍ତ୍ତୀ ସମୟରେ କାରଗିଲ ବିଜୟ ହାସଲ କରି ଭାରତୀୟ ଇତିହାସରେ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ରଚିଥିଲା ଭାରତ ।

Get real time updates directly on you device, subscribe now.