ଆତଙ୍କବାଦୀ ମନ୍ଦିର ଭାଙ୍ଗିବେ…ଶ୍ରୀମନ୍ଦିର ଦକ୍ଷିଣ ପାର୍ଶ୍ବ ପରିକ୍ରମା ମାର୍ଗରେ ଧମକପୂର୍ଣ୍ଣ ଲେଖା
ପୁରୀ ଶ୍ରୀମନ୍ଦିରକୁ ଆତଙ୍କବାଦୀ ଆକ୍ରମଣ ଧମକ ।
ଭୁବନେଶ୍ବର : ଶ୍ରୀମନ୍ଦିର ଦକ୍ଷିଣ ପାର୍ଶ୍ବ ପରିକ୍ରମା ମାର୍ଗରେ ଧମକପୂର୍ଣ୍ଣ ଲେଖାକୁ ନେଇ ବଢୁଛି ଚର୍ଚ୍ଚା । ତେବେ ପୁରୀକୁ ଆତଙ୍କବାଦୀ ଆକ୍ରମଣ ନେଇ ଧମକ ଦିଆଯାଇଛି ।
କେହି ଅସାମାଜିକ ଦୁର୍ବୃତ୍ତ ଏଭଳି କରିଥିବା ନେଇ ଆଶଙ୍କା କରାଯାଉଛି । ଆତଙ୍କବାଦୀ ମନ୍ଦିର ଭାଙ୍ଗିବେ ବୋଲି ଲେଖାଯାଇଛି । ପ୍ରକାଶଥାଇକି, ସେହି ସ୍ଥାନରେ ମୋଦୀଙ୍କ ନାମ ମଧ୍ୟ ଦେଖାଯାଇଛି ।
ପରିକ୍ରମା ମାର୍ଗ ବାଲିସାହି ପ୍ରବେଶପଥର ଏକ ମନ୍ଦିର କାନ୍ଥରେ ଧମକପୂର୍ଣ୍ଣ ଲେଖା ଦେଖାଯାଇଛଛି । ଆତଙ୍କବାଦୀ ଆକ୍ରମଣ ନେଇ ଦୁଇଟି ସ୍ଥାନରେ ଧମକପୂର୍ଣ୍ଣ ଲେଖା ଯାଇଛି ।
ତେବେ ଏକ ଗହଳିପୂର୍ଣ୍ଣ ସ୍ଥାନରେ କିପରି ଜଣେ ବ୍ୟକ୍ତି ଏପରି ଲେଖିଲେ ସେନେଇ ପ୍ରଶ୍ନ ଉଠୁଛି । ଲାଗିଥିବା ଏକାଧିକ ଡେକୋରେଟିଭ୍ ଲାଇଟ୍ ମଧ୍ୟ ଭାଙ୍ଗି ଦେଇଛନ୍ତି ଦୁର୍ବୃତ୍ତ ।
ତେବେ ପୋଲିସ ଏହି ଘଟଣାରେ କଣ କରୁଛି ବୋଲି ପ୍ରଶ୍ନ କରୁଛନ୍ତି ଭକ୍ତ । କାରଣ ପରିକ୍ରମା ମାର୍ଗରେ ଏକାଧିକ ସିସିଟିଭି ଲାଗିଥିବା ବେଳେ ପୋଲିସ ବର୍ତ୍ତମାନ ସୁଦ୍ଧା କାହିଁକି କାର୍ଯ୍ୟାନୁଷ୍ଠାନ ନେଇନାହିଁ ବୋଲି ପ୍ରଶ୍ନ ସୃଷ୍ଟି ହୋଇଛି ।