fbpx

ଅଟୋକୁ ଟ୍ରକ୍ ଧକ୍କା ଦେଲା ଟ୍ରକ୍: ୩ ମୃତ, ୫ ଆହତ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଦୁର୍ଘଟଣାଜନିତ ମୃତ୍ୟୁ ଦିନକୁ ଦିନ ବଢ଼ି ବଢ଼ି ଚାଲିଛି । ଆଜି କୋରାପୁଟ ଜିଲ୍ଲାରୁ ଏକ ଦୁଃଖଦ ଘଟଣା ଆସିଛି । ଏକ ଅଟୋକୁ ଏକ ଟ୍ରକ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଛି । ତେବେ ଦୁର୍ଘଟଣାରେ ଅନ୍ୟ ୫ ଜଣ ଆହତ ହୋଇଥିବା ସେମାନଙ୍କୁ ଚିକିତ୍ସା ନିମନ୍ତେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଖବର ମୁତାବକ, ସଦର ଥାନା ଦୟାନିଧିଗୁଡ଼ା ନିକଟରେ ଏହି ଦୁର୍ଘଟଣା ଘଟିଛି । ଆଜି ସନ୍ଧ୍ୟାରେ ଏକ ଅଟୋରେ ୧୦ ଜଣ ଲୋକ ମିଶାପୁଟ ଯାଉଥିଲେ । ଏହି ସମୟରେ ଦୟାନିଧିଗୁଡ଼ା ଠାରେ ଏକ ଦ୍ରୁତଗାମୀ ଟ୍ରକ୍ ସେମାନଙ୍କୁ ଧକ୍କା ଦେଇଥିଲା । ତେବେ ଏହି ଧକ୍କାରେ ଘଟଣାସ୍ଥଲରେ ୩ ଜଣଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା । ଅନ୍ୟ ୭ ଜଣଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ସୂଚନାଯୋଗ୍ୟ ଯେ, ଗତ ମାସରେ ରାଜଧାନୀ ଭୁବନେଶ୍ୱରର ପଳାଶୁଣି ଠାରେ ଏକ କାର-ଟ୍ରକ ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଥିଲା । ସେହିପରି ଗତମାସରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ଏକ ଅଟୋ ଓ ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିଲା । ଉକ୍ତ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣଙ୍କ ଅବସ୍ଥା ଗୁରୁତର ହୋଇଥିଲା ।

Get real time updates directly on you device, subscribe now.