fbpx

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କଳାହାଣ୍ଡିରେ ୩ଟି ଶକ୍ତି ପ୍ରକଳ୍ପ ଲୋକାର୍ପିତ

କଳାହାଣ୍ଡି,୨ ।୧୦(ଓଡିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା କଳାହାଣ୍ଡିରେ ୩ଟି ଶକ୍ତି ପ୍ରକଳ୍ପ ଲୋକାର୍ପିତ ହୋଇଛି । ଭିଡିଓ କନଫରେନ୍ସଂ ଜରିଆରେ ଏହାର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ବାନେରସରେ ୨୨୦/୧୩୨/୩୩ କେଭି ଗ୍ରୀଡ ସବଷ୍ଟେସନ ଉଦଘାଟିତ ହୋଇଯାଇଛି । ଗ୍ରୀଡରୁ ବାହାରିଥିବା ୨ଟି ୩୩ କେଭି ଫିଡର ମଧ୍ୟ ଲୋକାର୍ପିତ ହୋଇଛି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବୋଧନ ଦେଇ କହିଛନ୍ତି ଯେ, ‘ଜୟପାଟଣା, କୋକସରା, କଲମପୁର ଅଞ୍ଚଳ ଲୋକ ଏଥିରୁ ଉପକୃତ ହେବେ । ୩ଟି ଶକ୍ତି ପ୍ରକଳ୍ପ ଦ୍ୱାରା ୩୦ ହଜାର ଲୋକ ସିଧାସଳଖ ଭାବେ ଏଥିରୁ ଉପକୃତ ହେବେ । ଲୋକଙ୍କୁ ଉନ୍ନତମାନର ନିରବଚ୍ଛିନ ବିଦ୍ୟୁତ ସେବା ମିଳିବ । ୨୨୦ କେଭି ଜୟପାଟଣା ଗ୍ରୀଡ ପାଇଁ ୮୨ କୋଟି ଟଙ୍କା ବ୍ୟୟ କରାଯାଇଛି । ଆଗାମୀ ଦିନରେ କଳାହାଣ୍ଡି ବିକାଶର ନୂଆ ପରିଚୟ ସୃଷ୍ଟି କରିବ । ପାୱାର କଟ ସମସ୍ୟା ଦୂର ହେବ ଏବଂ ଚାଷୀ, ମହିଳା ଓ ଛାତ୍ରଛାତ୍ରୀ ସମସ୍ତେ ଉପକୃତ ହେବେ । ଆଗାମୀ ଦିନରେ ଜିଲ୍ଲାର ଅନ୍ୟ ଅଞ୍ଚଳକୁ ବିଦ୍ୟୁତ ସେବାର ସଂପ୍ରସାରଣ କରାଯିବ ।’

ବାନେରଠାରେ ଶକ୍ତି ମନ୍ତ୍ରୀ ଶ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି ଯେ, ‘ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ କଳାହାଣ୍ଡିରେ କୃଷି, ଜଳସେଚନ, ସଡକ ପରିବହନ, ଶିକ୍ଷା, ସ୍ବାସ୍ଥ୍ୟ ସବୁ କ୍ଷେତ୍ରରେ ଉନ୍ନତି ଆସିଛି । ବିଶେଷକରି ଉଚ୍ଚଶିକ୍ଷା କ୍ଷେତ୍ରରେ ବ୍ୟାପକ ବିକାଶ ହୋଇଛି । ବିଜୁ ଏକ୍‌ସପ୍ରେସ ୱେ ଦ୍ବାରା କଳାହାଣ୍ଡିରେ ଶିଳ୍ପ ବିକାଶ ହେବ ।’

Get real time updates directly on you device, subscribe now.