ମହଙ୍ଗା ପଡ଼ିଲା ଠିକା ସଂସ୍ଥାର ବିଲ୍‌ ନଦେବା, ସମ୍ପତ୍ତି ଆଟାଚ୍‌ ପାଇଁ ନିର୍ଦ୍ଦେଶ ଦେଲେ କୋର୍ଟ

୩ କାର୍ଯ୍ୟାଳୟର ସମ୍ପତ୍ତି ଆଟାଚ୍‌ ପାଇଁ କୋର୍ଟଙ୍କ ନିର୍ଦ୍ଦେଶ ।

ଭୁବନେଶ୍ବର: ହୀରାକୁଦ ଡ୍ୟାମ୍‌ ମୁଖ୍ୟ ଯନ୍ତ୍ରୀ, ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବଂ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ପତ୍ତି ଆଟାଚ୍‌ । ୩ କାର୍ଯ୍ୟାଳୟର ସମ୍ପତ୍ତି ଆଟାଚ୍‌ ପାଇଁ ନିର୍ଦ୍ଦେଶ ଦେଲେ କୋର୍ଟ ।

ଠିକା ସଂସ୍ଥାର ବିଲ୍‌ ନଦେବା ମହଙ୍ଗା ପଡିଛି । ୩ କାର୍ଯ୍ୟାଳୟର ସମ୍ପତ୍ତି ଆଟାଚ୍‌ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କାର୍ଯ୍ୟାଳୟର ସ୍ଥାବର ଅସ୍ଥାବାର ସମ୍ପତ୍ତି ଆଟାଚ୍‌ ନିର୍ଦ୍ଦେଶ ଦିଆଯାଇଛି । ବୁର୍ଲାସ୍ଥିତ ଉପର ମହାନଦୀ ବେସିନ ମ୍ୟାନେଜର ତଥା ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟ, ହୀରାକୁଡ ଡ୍ୟାମ ସର୍କଲର ସୁପରିଟେଣ୍ଡ ଇଞ୍ଜିନିୟରଙ୍କ କାର୍ଯ୍ୟାଳୟ ଓ ସମ୍ବଲପୁର ଇରିଗେସନ ଡିଭିଜନର ଏକଜିକ୍ୟୁଟିଭ ଇଞ୍ଜିନିୟରଙ୍କ ଅଫିସର ଆସବାବପତ୍ର ସିଲ୍‌ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନା ଅନୁସାରେ  ୨୦୦୦ ମସିହାରେ, ଓରିଏଣ୍ଟ କନଷ୍ଟ୍ରକସନ ପ୍ରାଇଭେଟ ଲିମିଟେଡ ସମ୍ବଲପୁର ରିଂ ରୋଡର  କାମ କରିଥିଲା । ୨୦୦୫ ମସିହାରେ ରିଙ୍ଗ ରୋଡ କାମ ବାବଦକୁ ୫୨ ଲକ୍ଷ ଟଙ୍କା ବକେୟା ଥିଲା ।  ଏନେଇ ୨୦୦୯ ମସିହାରେ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା ଠିକା ସଂସ୍ଥା । ବର୍ତ୍ତମାନ କୋର୍ଟଙ୍କ ପକ୍ଷରୁ ଆଜି ଏଭଳି ନିର୍ଦ୍ଦେଶ ଦିଆଯାଇଛି ।