fbpx

ରଥଯାତ୍ରା ପାଇଁ ପୁରୀକୁ ଗଡ଼ିବ ୩୧୫ ସ୍ୱତନ୍ତ୍ର ଟ୍ରେନ୍‌, ତୀର୍ଥଯାତ୍ରୀଙ୍କୁ ଉତ୍ତମ ସୁବିଧା ଯୋଗାଇବା ନେଇ ରେଳ ମନ୍ତ୍ରଣାଳୟର ନିଷ୍ପତ୍ତି

Advertisement

ଭୁବନେଶ୍ୱର: ଆଉ ଦିନ କେଇଟା ପରେ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଏହି ସମୟରେ ବଡ଼ଦାଣ୍ଡରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥାଏ । ତେଣୁ ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ରଥଯାତ୍ରା ସମୟରେ ରେଳ ମନ୍ତ୍ରଣାଳୟ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା କରାଯାଇଛି । ଜୁଲାଇ ୬ରୁ ୨୯ ମଧ୍ୟରେ ପୁରୀକୁ ଏବଂ ପୁରୀରୁ ୩୧୫ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ନିଆଯାଇଛି । ଚଳିତ ବର୍ଷ ଶ୍ରୀ ଗୁଣ୍ଡିଚା ଯାତ୍ରା ୨ ଦିନ ଧରି ପାଳନ ହେଉଥିବାରୁ ଓଡ଼ିଶାର ବିଭିନ୍ନ ସ୍ଥାନ ସହ ପଡ଼ୋଶୀ ରାଜ୍ୟରୁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ ।

ରଥଯାତ୍ରା ସମୟରେ ତୀର୍ଥଯାତ୍ରୀ ତଥା ଭକ୍ତଙ୍କ ପାଇଁ ଉତ୍ତମ ସୁବିଧା ଯୋଗାଇ ଦେବା ନେଇ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପୂର୍ବତଟ ରେଳପଥକୁ ପରାମର୍ଶ ଦେଇଛନ୍ତି । ଯାତ୍ରୀଙ୍କ ଭିଡ଼ ପରିଚାଳନା, ଟ୍ରେନ୍ ସୂଚନା ପ୍ରଣାଳୀ/ ଅନୁସନ୍ଧାନ କାଉଣ୍ଟର ଓ ମୋବାଇଲ ଟିକେଟ୍ କାଉଣ୍ଟର, ବିଶ୍ରାମ ସ୍ଥଳୀ, ବିଦ୍ୟୁତ ଯୋଗାଣ, ଜଳ ଯୋଗାଣ, ପର୍ଯ୍ୟାପ୍ତ ଶୌଚାଳୟ, ମେଡିକାଲ, ଆମ୍ବୁଲାନ୍ସ, ସୁରକ୍ଷା ବ୍ୟବସ୍ଥା ଇତ୍ୟାଦି ଦିଗରେ ପୂର୍ବତଟ ରେଳପଥ ପକ୍ଷରୁ ବିଶେଷ ପଦକ୍ଷେପ ନିଆଯାଇଛି । ଏହା ବ୍ୟତୀତ ରଥଯାତ୍ରାର କାର୍ଯ୍ୟସୂଚୀ ତୀର୍ଥଯାତ୍ରୀଙ୍କୁ ପ୍ରଦାନ କରାଯିବା ନେଇ ସମ୍ପୃକ୍ତ ଅଧିକାରୀଙ୍କୁ ଅବଗତ କରାଯାଇଛି ।

ଚଳିତ ବର୍ଷ ନୂତନ ଭାବେ ରାଉରକେଲା, ବାଦାମ ପାହାଡ଼, ବାଲେଶ୍ୱର, ସୋନପୁର ଓ ଦଶପଲ୍ଲା ଠାରୁ ସ୍ୱତନ୍ତ୍ର ଟ୍ରେନ୍ ପୁରୀକୁ ଚାଲିବ । ଛତିଶଗଡ଼, ରାୟପୁର ଓ ଜଗଦଲପୁରରୁ, ଆନ୍ଧ୍ରପ୍ରଦେଶ, ବିଶାଖାପାଟନମ ଓ ପଲାସାରୁ ଏବଂ ପଶ୍ଚିମବଙ୍ଗରୁ ସ୍ୱତନ୍ତ୍ର ଟ୍ରେନ୍ ପୁରୀକୁ ଚାଲିବ । ଏହା ବ୍ୟତୀତ ସନ୍ଧ୍ୟା ଦର୍ଶନ, ବାହୁଡ଼ା ଯାତ୍ରା, ସୁନା ବେଶ, ଅଧରପଣା ପାଇଁ ମଧ୍ୟ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବା ନେଇ ପୂର୍ବତଟ ରେଳପଥ ଯୋଜନା କରିଛି ।

Get real time updates directly on you device, subscribe now.