ଲେବାନନରେ ଇସ୍ରାଏଲର ଭୟଙ୍କର ଆକ୍ରମଣ, ୩ ଜଣ ସାମ୍ବାଦିକଙ୍କର ଚାଲିଗଲା ପ୍ରାଣ

ନୂଆଦିଲ୍ଲୀ: ଲେବାନନରେ ଇସ୍ରାଏଲ ପକ୍ଷରୁ ଲଗାତାର ଭୟଙ୍କର ଆକ୍ରମଣ କରାଯାଉଛି । ଏହାରି ମଧ୍ୟରେ ଦକ୍ଷିଣ-ପୂର୍ବ ଲେବାନନରେ କରାଯାଇଥିବା ବିସ୍ଫୋରଣରେ ତିନି ଜଣ ମିଡିଆ କର୍ମୀଙ୍କର ମୃତ୍ୟୁ ଘଟିଛି । ଲେବାନନର ସରକାରୀ ନେସନାଲ ନ୍ୟୁଜ ଏଜେନ୍ସି ଶୁକ୍ରବାର ଦିନ ଏହି ବିଷୟରେ ସୂଚନା ଦେଇଛି । ବେରୁତ ସ୍ଥିତ ‘ଅଲ-ମାୟାଦୀନ ଟିଭି’ କହିଛି ଯେ, ଶୁକ୍ରବାର ସକାଳେ ହୋଇଥିବା ଆକ୍ରମଣରେ ମୃତ୍ୟୁ ବରଣ କରିଥିବା ସାମ୍ବାଦିକଙ୍କ ସହ ତାଙ୍କର ଦୁଇ କର୍ମୀଙ୍କ ମୃତ୍ୟୁ ଘଟିଛି । ଅଲ-ମାୟାଦିନ କହିଛି ଯେ, ଆକ୍ରମଣରେ ତାଙ୍କର କ୍ୟାମେରା ଅପରେଟର ଗସାନ ନଜର ଏବଂ ପ୍ରସାରଣ ନକନୀଶିୟନ ମୋହମ୍ମଦ ରିଦାଙ୍କ ମୃତ୍ୟୁ ଘଟିଛି ।

ଲେବାନନର ହିଜବୁଲ୍ଲା ଗୋଷ୍ଠୀର ‘ଅଲ-ମନାର-ଟିଭି’ କହିଛି ଯେ, ତାଙ୍କ ସଂସ୍ଥାରେ କାର୍ଯ୍ୟ କରୁଥିବା କ୍ୟାମେରା ଅପରେଟର ବିସମ କାସିସ ହସବାୟାଙ୍କର ମଧ୍ୟ ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ଉପସ୍ଥିତ ଥିବା ଅନ୍ୟ ସାମ୍ବାଦିକମାନେ କହିଛନ୍ତି ଯେ, ଯେଉଁ ଘରେ ଏହି ଲୋକେ ଶୋଇଥିଲେ, ସେମାନଙ୍କୁ ଟାର୍ଗେଟ କରାଯାଇଛି ।