fbpx

ଆଜି ଶପଥ ନେବେ ଓଡ଼ିଶା ହାଇକୋର୍ଟର ୩ ବିଚାରପତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ହାଇକୋର୍ଟର ୩ ବିଚାରପତି ଆଜି ଶପଥ ଗ୍ରହଣ କରିବେ । ମୁଖ୍ୟ ବିଚାରପତି ଏସ.ମୁରଲୀଧର ସେମାନଙ୍କୁ ଶପଥପାଠ କରାଇବେ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏନେଇ ଅନୁମୋଦନ ପ୍ରଦାନ କରିବା ପରେ ଗତ ୧୦ ତାରିଖ ଦିନ ଏନେଇ ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ତେବେ ଭି.ନରସିଂହ, ବିରଜା ପ୍ରସନ୍ନ ଶତପଥୀ ଓ ମୁରାହରି ଶ୍ରୀରମଣ ନୂତନ ବିଚାରପତି ଭାବେ ଦାୟିତ୍ୱ ନେବେ । କୋଭିଡ୍ କଟକଣାକୁ ଦୃଷ୍ଟିରେ ରଖି ସୀମିତ ସଂଖ୍ୟକ ଅତିଥି ଏହି ଉତ୍ସବରେ ଯୋଗଦେବେ ।

ସୂଚନାଯୋଗ୍ୟ ଯେ, ଗତବର୍ଷ ଅକ୍ଟୋବର ମାସରେ ମଧ୍ୟ ୩ ଜଣ ନୂଆ ବିଚାରପତିଙ୍କୁ ରାଷ୍ଟ୍ରପତି ନିଯୁକ୍ତି ପ୍ରଦାନ କରିଥିଲେ । ଗତ ବର୍ଷ ସେପ୍ଟେମ୍ବର ମାସରେ ଓଡ଼ିଶା ହାଇକୋର୍ଟ ତରଫରୁ ୩ ବିଚାରପତିଙ୍କ ନାମ ସୁପାରିଶ କରାଯାଇଥିଲା ।

Get real time updates directly on you device, subscribe now.