fbpx

ନିର୍ବାଚନ ସାରି ଫେରୁଥିଲାବେଳେ ମର୍ମନ୍ତୁଦ ଦୁର୍ଘଟଣାର ଶିକାର: ୩ ମୃତ

ନୂଆଦିଲ୍ଲୀ: ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଛି । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଛତିଶଗଡ଼ର ବସ୍ତର ଜିଲ୍ଲା ଅନ୍ତର୍ଗତ ବାହିଗାଓଁ ଅଞ୍ଚଳରେ । ମୃତକମାନେ ହେଲେ ଶିକ୍ଷକ ଶିବ ନେତମ, ସାନ୍ତ୍ରମ ନେନମ ଏବଂ ହରେନ୍ଦ୍ର ଉଇକେ । ସେମାନେ ଛତିଶଗଡ଼ ବିଧାନସଭା ନିର୍ବାଚନ ପରେ ବାଲାଟବାକ୍ସ ସଂଗ୍ରହ କରି ଫେରୁଥିବା କର୍ମଚାରୀ ବୋଲି ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ବିଧାନସଭା ନିର୍ବାଚନ ପରେ ବାଲାଟବାକ୍ସ ସଂଗ୍ରହ କରି ସେମାନେ କୋଣ୍ଡାଗାଓଁରୁ ଫେରୁଥିଲେ । ତେବେ ବାହିଗାଓଁ ନିକଟରେ ଥିବା ଜାତୀୟ ରାଜପଥ ୩୦ରେ ଏକ ଟ୍ରକ ସେମାନଙ୍କ ବୋଲେରୋକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଶିବ ଏବଂ ସାନ୍ତ୍ରମଙ୍କର ମୃତ୍ୟୁ ହୋଇଥିଲା ଏବଂ ହରେନ୍ଦ୍ରଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।

ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ତେବେ ଏ ମାମଲାରେ ଅନୁସନ୍ଧାନ ଜାରି ରହିଛି ।

Get real time updates directly on you device, subscribe now.