ପ୍ଲାଷ୍ଟର କାମ କଲା ବେଳେ ଛିଣ୍ଡି ପଡ଼ିଲା ବିଦ୍ୟୁତ ତାର, ଚାଲିଗଲା 3 ଶ୍ରମିକଙ୍କ ଜୀବନ

ଖଇରା ଥାନା ଝିଙ୍କିରିଆ ପଞ୍ଚାୟତ ଗଗନଧୂଳି ଗାଁରେ ଅଘଟଣ ।

ଭୁବନେଶ୍ବର: ବାଲେଶ୍ବର ସୋରରୁ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବିଦ୍ୟୁତ ତାର ଲାଗି 3ଜଣ ଶ୍ରମିକଙ୍କର ଜୀବନ ଯାଇଛି ।

ପ୍ଲାଷ୍ଟର କାମ କଲା ବେଳେ ବିଦ୍ୟୁତ ତାର ଛିଣ୍ଡି ପଡିଲା-ଝିଙ୍କିରିଆ ପଞ୍ଚାୟତ ଗଗନଧୂଳି ଗାଁରେ ପାଇଖାନା ଟାଙ୍କିର ପ୍ଲାଷ୍ଟର କାମ କଲା ବେଳେ ବିଦ୍ୟୁତ ତାର ଛିଣ୍ଡି ପଡିଥିଲା । 3ଶ୍ରମିକ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ ।

ତେବେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ 2 ଜଣଙ୍କୁ ଭଦ୍ରକ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା । ସେଠାରେ 2 ଜଣ ପ୍ରାଣ ହରାଇଛନ୍ତି ।

ମୃତକମାନେ ହେଲେ ବାବାଜୀ ମାଝୀ, ବାପି ମାଝୀ ଓ ନରହରି ବେହେରା । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଛି ।