fbpx

କାଶ୍ମୀରରୁ ଅନୁଛେଦ ୩୭୦ ଉଚ୍ଛେଦକୁ ପୁରିଲା ତିନି ବର୍ଷ, ୧୭୪ ଯବାନ ସହିଦ, ୧୨୪ ସାଧାରଣ ଲୋକ ନିହତ

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରରୁ ଅନୁଛେଦ ୩୭୦ ହଟିବାର ତିନି ବର୍ଷ ପୁରିଛି। ଧାରା ୩୭୦ ଉଚ୍ଛେଦ ପୁର୍ବରୁ ଏବଂ ଏହାର ପରବର୍ତ୍ତି ୩ବର୍ଷର ତାଲିକା ସେୟାର କରି ଜାମ୍ମୁ-କାଶ୍ମୀର ପୋଲିସ କହିଛି ଯେ, ଉପତ୍ୟାକାରେ ହତ୍ୟା, ଆତଙ୍କୀ ଆକ୍ରମଣ ହ୍ରାସ ପାଇଛି। ଅନୁଛେଦ ୩୭୦ ଆଧାରରେ ଜାମ୍ମୁ-କାଶ୍ମୀରକୁ ମିଳିଥିବା ସ୍ପେସୋଲ୍ ଷ୍ଟାଟସ୍‌କୁ ୨୦୧୯ ଅଗଷ୍ଟ ୫ ତାରିଖରେ କେନ୍ଦ୍ର ସରକାର ହଟାଇ ଦେଇଥିଲେ। ପୋଲିସ ଏହା ମଧ୍ୟ କହିଛି ଯେ, ଅନୁଛେଦ ୩୭୦ ହଟାଯିବା ପରେ ଆଇନ୍ ଶୃଙ୍ଖଳା ବ୍ୟବସ୍ଥା ମଧ୍ୟ ନିୟନ୍ତ୍ରଣରେ ରହିଛି ଓ ନାଗାରିକ ଏବଂ ଯବାନଙ୍କର ମୃତ୍ୟୁ ହୋଇନାହିଁ। ଆତଙ୍କୀ ଆକ୍ରମଣରେ ସାଧାରଣ ଲୋକଙ୍କ ଜୀବନ ହାନୀ ମଧ୍ୟ ହ୍ରାସ ପାଇଛି । ପୋଲିସ ଏହି ମାମଲାଗୁଡ଼ିକୁ ୬ ଟି ବିଭାଗରେ ବିଭକ୍ତ କରିଛି।

ସେଥିମଧ୍ୟରୁ ୩,୬୮୬ ଆଇନ ଶୃଙ୍ଖଳା ଘଟଣା ୫ ଅଗଷ୍ଟ ୨୦୧୬ ରୁ ୪ ଅଗଷ୍ଟ ୨୦୧୯ ମଧ୍ୟରେ ଘଟିଥିବା ବେଳେ, ଅଗଷ୍ଟ ୫, ୨୦୧୯ ରୁ ୪ ଅଗଷ୍ଟ ୨୦୨୨ ମଧ୍ୟରେ ଏହା ମାତ୍ର ୪୩୮ ରହିଛି। ଏହା ବ୍ୟତୀତ, ୩୭୦ ରଦ୍ଦ ହେବାର ତିନି ବର୍ଷ ପୂର୍ବରୁ ୧୨୪ ସାଧାରଣ ନାଗରିକ ଆଇନ ଶୃଙ୍ଖଳା ପରିସ୍ଥିତିରେ ମୃତ୍ୟୁ ବରଣ କରିଥିଲେ, ଯାହା ସ୍ପେସୋଲ୍ ଷ୍ଟାଟସ୍ ହଟାଯିବା ପରେ ଶୂନ୍ୟ ହୋଇଯାଇଥିଲା। ଏହା ବ୍ୟତୀତ ଏଭଳି ଘଟଣାରେ ୬ ଜଣ ଯବାନ ମଧ୍ୟ ସହିଦ ହୋଇଥିଲେ, କିନ୍ତୁ ୨୦୧୯ ପରେ କୌଣସି ଯବାନଙ୍କର ମୃତ୍ୟୁ ହୋଇନାହିଁ।

କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ଘଟଣା ବିଷୟରେ କହିବାକୁ ଗଲେ, ଅଗଷ୍ଟ ୫, ୨୦୧୬ ରୁ ଅଗଷ୍ଟ ୪, ୨୦୧୯ ମଧ୍ୟରେ ମୋଟ ୯୩୦ ଘଟଣା ଘଟିଥିଲା, ଯାହା ୩୭୦ ଅପସାରଣ ପରେ ୬୧୭ କୁ ଖସି ଆସିଥିଲା। ଏହି ଆତଙ୍କବାଦୀ ଆକ୍ରମଣ ଘଟଣାରେ ୨୯୦ ସୈନିକ ସହିଦ ହୋଇଥିଲେ ଏବଂ ୧୯୧ ସାଧାରଣ ନାଗରିକ ନିହତ ହୋଇଥିଲେ। ଧାରା ୩୭୦ ରଦ୍ଦ ହେବାର ୩ ବର୍ଷ ପରେ ୧୭୪ ଯବାନ ସହିଦ ହୋଇଛନ୍ତି ଏବଂ ୧୧୦ ଜଣଙ୍କର ମୃତ୍ୟୁ ଘଟିଛି।

Get real time updates directly on you device, subscribe now.