ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମଲହରୀ ଏବଂ ପ୍ରବଳ ଗୁଳିଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିସାରିଲାଣି। ବର୍ତ୍ତମାନ ବର୍ଷା ଏବଂ ଘଡ଼ଘଡ଼ି ପାଇଁ ୭ ଜିଲ୍ଲାକୁ ୨ ଘଣ୍ଟିଆ ରେଡ୍ ଆଲର୍ଟ ଜାରି କରାଯାଇଛି।
ବର୍ତ୍ତମାନ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ଯେ, ଭୁବନେଶ୍ୱର ଓ କଟକରେ କାଳବୈଶାଖୀ ସମ୍ଭାବନା ରହିଛି। ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ସମ୍ଭାବନା ରହିଛି। ଆସନ୍ତା ୨ ଘଣ୍ଟାରେ ୬୦ ରୁ ୭୦ କିମି ପବନ ବର୍ଷା ହେବାର ସମ୍ଭାବନା ରହିଛି।
ବର୍ଷା ଘଡଘଡି ପାଇଁ ସତର୍କ ସୂଚନା ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଛି। ଆଗାମୀ 2ରୁ 3 ଘଣ୍ଟାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏନେଇ 7 ଜିଲ୍ଲାକୁ ରେଡ୍ ୱାର୍ଣ୍ଣି ଜାରି କଲା ପାଣିପାଗ ବିଭାଗ । କୁଆ ପଥର ମାଡ଼ ସହ ପ୍ରବଳ ବର୍ଷାର ସମ୍ଭାବନା ରହିଛି।
ସୂଚନାନୁଯାୟୀ, ବିଜୁଳି ଘଡ଼ଘଡ଼ି ସହିତ କାଳବୈଶାଖୀ ବର୍ଷା ଆଶଙ୍କା ରହିଛି। ଘଣ୍ଟାକୁ 60 ରୁ 70 କିମି ବେଗରେ ପବନ ବହିପାରେ।