fbpx

ଚୀନର ନୂଆ ଚାଲ୍: ତିବ୍ବତୀ ପିଲାଙ୍କୁ ଦେବ ମିଲିଟାରୀ ଟ୍ରେନିଂ, ପଠାଇଲା କ୍ୟାମ୍ପ

ନୂଆଦିଲ୍ଲୀ: ଭାରତ ସହିତ ସୀମା ବିବାଦ ମଧ୍ୟରେ ଚୀନ ଖେଳିଛି ନୂତନ ଚାଲ। ଚୀନ ତିବ୍ବତ ପିଲାଙ୍କୁ ସ୍ଵତନ୍ତ୍ର ପ୍ରଶିକ୍ଷଣ ପାଇଁ କ୍ୟାମ୍ପକୁ ପଠାଇବା ଆରମ୍ଭ କରି ଦେଇଛି। ଏହି ପିଲାମାନଙ୍କୁ ମିଲିଟାରୀ ସଂପର୍କିତ ପ୍ରଶିକ୍ଷଣ ଦିଆଯିବ। ସେନାର ମୌଳିକ ଶିକ୍ଷା ଏବଂ ଟ୍ରେନିଂ ଦିଆଯିବ। କିନ୍ତୁ କ୍ୟାମ୍ପକୁ ପଠାଯାଇଥିବା ଅଧିକାଂଶ ପିଲା ବହୁତ ଛୋଟ ଅଛନ୍ତି। ସେଥିରେ ଏମିତି ପିଲା ଅଛନ୍ତି ଯାହାଙ୍କ ବୟସ ମାତ୍ର ୮ ରୁ ୯ ବର୍ଷ ଭିତରେ ହେବ।

ବିଶେଷଜ୍ଞଙ୍କ ଅନୁଯାୟୀ, ଏହା ପଛରେ ଚୀନର ଆଉ ଏକ ଚାଲ୍ ରହିଛି। ଲୋକେ କହିଛନ୍ତି, ଚୀନ ବିବ୍ବତିଙ୍କ ପିଲାମାନଙ୍କୁ ଟ୍ରେନିଂରେ ସାମିଲ୍ କରାଇ ପିପୁଲ୍ସ ଲିବେରେସନ ଆର୍ମି(ପିଏଲଏ) ସ୍ଥାନୀୟସ୍ତରରେ ଜାରି ଗତିରୋଧ ଉପରେ ନିୟନ୍ତ୍ରଣ କରିବାକୁ ଚାହୁଁଛି।

ଚଳିତ ମାସ ଆରମ୍ଭରେ ତିବ୍ବତ ଆକ୍ସନ ଇନଷ୍ଟିଚ୍ୟୁଟ୍ ଦ୍ଵାରା ଜାରି ରିପୋର୍ଟ ଅନୁଯାୟୀ, ତିବ୍ବତରେ ଚୀନୀ ଅଧିକାରୀ ସେଠାକାର ପିଲାଙ୍କୁ ମାତା-ପିତାଙ୍କଠୁ ଅଲଗା କରିବା ସହିତ ନିଜର ଭାଷା ଏବଂ ସଂସ୍କୃତି ଶିଖାଇବା ପାଇଁ ବୋର୍ଡିଂ ସ୍କୁଲର ଏକ ନେଟଓ୍ଵର୍କ ସ୍ଥାପିତ କରିଛି । ଏଠାରେ ୧୮ ବର୍ଷର ୯୦ ହଜାର ଏବଂ ଚାରି ପାଞ୍ଚ ବର୍ଷର ପିଲାଙ୍କୁ ମଧ୍ୟ ଶିକ୍ଷାଦାନ ଦିଆଯାଉଛି। ଏହି ସ୍କୁଲରେ ପଢୁଥିବା ପିଲାଙ୍କୁ ଚୀନ ନାଗରିକ ପାଠ ପଢାଯାଉଛି, ଯଦ୍ଵାରା ସେମାନେ ତିବ୍ବତ ପରିବର୍ତ୍ତେ ନିଜକୁ ଚୀନ ନାଗରିକ ମନେ କରିବେ। ଏଥିସହ ସେମାନଙ୍କୁ ନିଜ ଧର୍ମଠୁ ଅଲଗା କରିବାକୁ ଚେଷ୍ଟା ଜାରି ରହିଛି।

Get real time updates directly on you device, subscribe now.