ମାତିଛନ୍ତି ଟିକେଟ୍ ଦଲାଲ, ୭୦୦ ଟଙ୍କା ଟିକେଟ OLXରେ ବିକ୍ରି ହେଉଛି ୪୦୦୦
ସାବଧାନ ରୁହନ୍ତୁ। ବାରବାଟୀରେ ମ୍ୟାଚ୍ ଦେଖିବାକୁ OLXରେ ବିକ୍ରି ହେଉଛି ଟିକେଟ୍। ହେଲେ ଏହା ପଛରେ ହୋଇନି ତ କିଛି ସ୍କାମ।
କଟକ: ମାତିଛନ୍ତି ଟିକେଟ ଦଲାଲ। ଲୋକଙ୍କ ଆଗ୍ରହର ଉଠାଉଛନ୍ତି ଫାଇଦା। ୭୦୦ଟଙ୍କା ଟିକେଟକୁ ବିକୁଛନ୍ତି ୪୦୦୦,୬୦୦୦ ଏବଂ ୧୦୦୦୦ ଟଙ୍କାରେ। ସେପଟେ କ୍ରିକେଟ ପ୍ରେମୀ ଟିକେଟ ଆଶାରେ ପଡିଯାଉଛନ୍ତି ଦଲାଲଙ୍କ ଫାସରେ।
ଆମେ ଏକଥା କହିବାର ଅର୍ଥ କଟକ ବାରବାଟୀରେ ହେବାକୁ ଥିବା ଦିନିକିଆ ମ୍ୟାଚ୍ ପାଇଁ ଗୋଟେପଟେ ଟିକେଟ ସରିଯାଇଥିବା କଥା ନିଜେ କଟକ ଡିସିପି ସୂଚନା ଦେଇଥିବା ବେଳେ, ଏପଟେ OLXରେ ଚଢ଼ା ରେଟରେ ବିକ୍ରି ହେଉଛି ଟିକେଟ୍।
ବାରବାଟୀ ଟିକେଟ ସେଲ୍: ବାରବାଟୀରେ ଇଣ୍ଡିଆ ଏବଂ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ଦିନିକିଆ ମ୍ୟାଚ୍ ପାଇଁ ସରିଯାଇଛି ଟିକେଟ୍ ବିକ୍ରି। ଦୁଇଦିନ ଧରି ଟିକେଟ ବିକ୍ରି ହେବାକୁ ଥିବା ବେଳେ, ଗୋଟିଏ ଦିନରେ ହିଁ ସରିଯାଇଛି ସମସ୍ତ ୧୨୦୦୦ ଟିକେଟ।
ଏନେଇ ନିଜେ କଟକ ଡିସିପି ସୂଚନା ଦେଇଛନ୍ତି। ହେଲେ ତାପରେ ବି ଟିକେଟ କାଉଣ୍ଟର ଆଗରେ ଟିକେଟ ପାଇଁ ସକାଳୁ ସକାଳୁ ଲମ୍ୱା ଲାଇନ୍ ଦେଖିବାକୁ ମିିଳିଛି। ଅନେକ ଆଶାୟୀ ଟିକେଟ ନପାଇ ନିରାଶ ମଧ୍ୟ ହୋଇଛନ୍ତି। ହେଲେ ଅନ୍ୟପଟେ OLXରେ ବ୍ଲାକରେ ମିଳୁଛି ଟିକେଟ।
ବ୍ଲାକରେ ମିଳୁଛି ଟିକେଟ: ଦୀର୍ଘ ୬ ବର୍ଷ ପରେ ବାରବାଟୀରେ ହେବାକୁ ଯାଉଛି ଦିନିକିଆ ମ୍ୟାଚ୍। ଏଥିପାଇଁ ଏକସାଇଟେଡ୍ ଅଛନ୍ତି କ୍ରିକେଟ ପ୍ରେମୀ। ଯାହାର ଚିତ୍ର ଗତକାଲି ଅର୍ଥାତ୍ ଫେବୃଆରୀ ୫ ତାରିଖ ଦିନ ଟିକେଟ କାଉଣ୍ଟର ସାମ୍ନାରେ ଦେଖିବାକୁ ମିଳିଥିଲା।
ହେଲେ ଟିକେଟ ସରିଯିବାରୁ ଉତ୍ୟକ୍ତ ହୋଇ ବ୍ୟାରିକେଡ଼୍ ଭାଙ୍ଗି ଦେଇଥିଲେ ଧାଡିରେ ଛିଡା ହୋଇଥିବା ଲୋକ। ହେଲେ ଏବେ ସେହି ଲୋକଙ୍କ ଫାଇଦା ଉଠାଉଛନ୍ତି କିଛି ଗଲାଲା।
୭୦୦ଟଙ୍କାର ଟିକେଟକୁ ୪୦୦୦,୬୦୦୦ ଏପରିକି ୧୦୦୦୦ ଟଙ୍କାରେ ବିକ୍ରି ହେଉଥିବା କଥା OLXରେ ଜଣାପଡିଛି। କିନ୍ତୁ ଏଠି ପ୍ରଶ୍ନ ଉଠୁଛି ଯଦି ଟିକେଟ ସରିଯାଇଛି ତାହାଲେ OLXରେ କିପରି ବିକ୍ରି ହେଉଛି ଟିକେଟ।
ପ୍ରକୃତରେ ଏହା ଟିକେଟ୍ ନାଁ ଏଥିରେ କିଛି ସ୍କାମ କରାଯାଉଛି। ଲୋକଙ୍କ ଠାରୁ ଟଙ୍କା ଲୁଟିବା ପାଇଁ ଏହା ସାଇବାର ଠକଙ୍କ କିଛି ପ୍ଲାନ ନୁହେଁ ତ?