fbpx

ଗ୍ୱାଲିୟରରେ କଡ଼ା ସୁରକ୍ଷା, ତଥାପି ବାଂଲାଦେଶକୁ ଘାରିଛି ‘ଆକ୍ରମଣ’ର ଭୟ: ମସଜିଦ ଗଲେନି ଖେଳାଳି

ନୂଆଦିଲ୍ଲୀ: ବାଂଲାଦେଶରେ ହିନ୍ଦୁଙ୍କ ପ୍ରତି ହୋଇଥିବା ଅନ୍ୟାୟ ଅତ୍ୟାଜାର ପରେ ଆଜି ଉଭୟ ଦଳ କ୍ରିକେଟ ମଇଦାନରେ ମୁହାଁମୁହିଁ ହେବାକୁ ଯାଉଛନ୍ତି । ଆଜି ଗ୍ୱାଲିୟରଠାରେ ଖେଳାଯିବ ଭାରତ-ବାଂଲାଦେଶ ପ୍ରଥମ ଟି-୨୦ ମ୍ୟାଚ୍ । ମ୍ୟାଚ୍ ଉପରେ ସମସ୍ତଙ୍କ ନଜର ରହିଥିବା ବେଳେ ବାଂଲାଦେଶ ଟିମ୍ ଭିତରେ ଖେଳିଯାଇଛି ଭୟ । ଭାରତର ହିନ୍ଦୁ ନାଗରିକ ମାନଙ୍କୁ ନେଇ ଆକ୍ରମଣ ଭୟରେ ରହିଛନ୍ତି ବାଂଲାଦେଶୀ କ୍ରିକେଟର । ତେଣୁ ନମାଜ ପଢିବା ପାଇଁ ଦଳର କୌଣସି ଖେଳାଳି ମସଜିଦକୁ ମଧ୍ୟ ଯାଇନାହାନ୍ତି । ହୋଟେଲରେ ରହି ସେମାନେ ନମାଜ ପାଠ କରିଥିବା ଜାଣିବାକୁ ମିଳିଛି ।

ବାଂଲାଦେଶ ଟିମ୍ ସମ୍ପର୍କରେ ଗ୍ୱାଲିୟର ଜୋନର ମହାନିରୀକ୍ଷକ ଅରବିନ୍ଦ ସକ୍ସେନା ଏଭଳି ଏକ ସୂଚନା ଦେଇଛନ୍ତି । ତେବେ ସ୍ଥାନୀୟ ମୋତି ମସଜିଦ ଚାରି ପାଖରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । କିନ୍ତୁ ବାଂଲାଦେଶ ଟିମ୍ ଭୟରେ ମସଜିଦ ଆସି ନଥିବା ସେ ପ୍ରକାଶ କରିଛନ୍ତି । କୌଣସି ସଂଗଠନ ସେମାନଙ୍କୁ ନେଇ କିଛି ଆହ୍ୱାନ ଦେଇ ନଥିଲେ ମଧ୍ୟ ବାଂଲାଦେଶୀ ଖେଳାଳିଙ୍କୁ ହିନ୍ଦୁଙ୍କ ଦ୍ୱାରା ଆକ୍ରମଣ ହେବାର ଭୟରେ ରହିଛନ୍ତି । ବାଂଲାଦେଶ ରହୁଥିବା ହୋଟେଲରୁ ମୋତି ମସଜିଦ ମାତୟ ୩ କି.ମି ଦୂରରେ ଅବସ୍ଥିତ । କିନ୍ତୁ ଅଗଷ୍ଟ ମାସରେ ଶେଖ୍ ହସୀନା ସରକାର ପତନ ପରେ ବାଂଲାଦେଶରେ ହିନ୍ଦୁଙ୍କ ପ୍ରତି ଅତ୍ୟାଚାର ବିରୋଧରେ ବିଭିନ୍ନ ସଂଗଠନ ସ୍ୱର ଉତ୍ତୋଳନ କରିଥିଲେ । ସେହିପରି କିଛି ଲୋକ ଏହି ମ୍ୟାଚ୍ ଦିନ ‘ଗ୍ୱାଲିୟର ବନ୍ଦ’ ଆହ୍ୱାନ ମଧ୍ୟ ଦେଇଥିଲେ । ତେଣୁ ଖେଳାଳିମାନଙ୍କ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି ।

ପୋଲିସ ସୂଚନା ଦେଇଛି ଯେ, ମସଜିଦକୁ ନ ଯିବାକୁ ନିଷ୍ପତ୍ତି ଦଳର ପରିଚାଳନା ସ୍ତରରେ ନେଇ ଥାଇ ପାରନ୍ତି। ସହରର କାଜୀ (ସହରର ସର୍ବୋଚ୍ଚ ମୁସଲିମ ଧର୍ମଗୁରୁ) ହୋଟେଲରେ ପହଞ୍ଚି ବାଂଲାଦେଶୀ କ୍ରିକେଟରମାନଙ୍କୁ ରାତି ୧ ଟାରୁ ୨.୩୦ ମଧ୍ୟରେ ‘ନମାଜ-ଇ-ଜୁମା’ (ଶୁକ୍ରବାର ପ୍ରାର୍ଥନା) ପଢିଥିଲେ। ୩ କିଲୋମିଟରରୁ ଅଧିକ ଦୂରରେ ଭ୍ରମଣକାରୀ ଦଳକୁ ସୁରକ୍ଷା ଯୋଗାଇବା କ୍ଷେତ୍ରରେ ଆମ ପକ୍ଷରୁ କୌଣସି ସମସ୍ୟା ହୋଇନାହିଁ । ଏହି ମ୍ୟାଚ ପାଇଁ ୨୫୦୦ ରୁ ଅଧିକ ପୋଲିସ ମୁତୟନ କରାଯାଇଛି। ରାତି ୨ ଟାରୁ ଦର୍ଶକ ଘରେ ପହଞ୍ଚିବା ପର‌୍ୟ୍ୟନ୍ତ ରାସ୍ତାରେ ପୋଲିସ କର୍ମଚାରୀ ନିୟୋଜିତ ହେବେ ବୋଲି ଗ୍ୱାଲିୟର ଜୋନର ମହାନିରୀକ୍ଷକ ଅରବିନ୍ଦ ସକ୍ସେନା କହିଛନ୍ତି ।

Get real time updates directly on you device, subscribe now.