5 ହଜାର ଟଙ୍କା ଲାଞ୍ଚ ନେଉଥିଲେ RI, ମାଡି ବସିଲା ଭିଜିଲାନ୍ସ

ଭୁବନେଶ୍ବର: ପୁଣି ଭିଜିଲାନ୍ସ ହାବୁଡରେ ସରକାରୀ ବାବୁ । 5 ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ ରାଜସ୍ବ ନିରୀକ୍ଷଣ । ଭଦ୍ରକ ଗଦି ଆରଆଇଙ୍କୁ ଗିରଫ କରିଛି ଭିଜିଲାନ୍ସ ବିଭାଗ । ଗିରଫ ରାଜସ୍ବ ନୀରିକ୍ଷକଙ୍କ ନାମ୍ ଭାଗବତ ଖଟୁଆ । ଜମି କିସମ ପରିବର୍ତ୍ତନ ପାଇଁ ଲାଞ୍ଚ ନେଉଥିବା ବେଳେ ବାବୁକୁ ଗିରଫ କରିଛି ପୋଲିସ ।

ସୂଚନା ଅନୁସାରେ, ଆଗରୁ ମଧ୍ୟ ଆରଆଇ ବାବୁ ଲାଞ୍ଚ ନେଉଥିଲେ । ତେବେ ଆଜି ବିଜୟ ମଲ୍ଲିକ ନାମକ ଜଣେ ଜନୈକ ବ୍ୟକ୍ତି ନିଜ ଜମିର କିସମ ପରିବର୍ତ୍ତନ ପାଇଁ ଆବେଦନ କରିଥିଲେ । କିନ୍ତୁ ଆଇ ଏହି କାମ କରିବା ପାଇଁ ଲାଞ୍ଚ ମାଗିଥିଲେ । ତେବେ ଏନେଇ ଆଗରୁ ମଧ୍ୟ ଲାଞ୍ଚ ମାଗିଥିବା ବେଳେ ସେ ଆଜି ଟଙ୍କା ଦେବା ଆଗରୁ ଭିଜିଲାନ୍ସ ବିଭାଗ ସହିତ ଯୋଗାଯୋଗ କରିଥିଲେ । ତେବା ଲାଞ୍ଚ ନେବା ବେଳେ ଆରଆଇ ଭଗବତ ଖଟୁଆଙ୍କୁ ଗିରଫ କରିଛି ପୋଲିସ ।