fbpx

Tiktok କୁ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି: ସ୍ପଷ୍ଟ ସୂଚନା ଦେଲେ କର୍ତ୍ତୃପକ୍ଷ

ନୂଆଦିଲ୍ଲୀ: ଲୋକପ୍ରିୟ ସର୍ଟ ଭିଡିଓ ଆପ୍ ‘Tiktok’ ଆପ୍ କୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ସରକାର । ନ୍ୟୁୟର୍କରେ ଏହି ଆପ୍ଲିକେସନ ‘Tiktok’ ଉପରେ ବ୍ୟାନ ଆଦେଶ ଜାରି କରାଯାଇଛି । ସିଟି କର୍ତ୍ତୃପକ୍ଷ ତରଫରୁ ଏଭଳି ସୂଚନା ଦିଆଯାଇଛି । ୟୁଜର୍ସମାନଙ୍କର ସୁରକ୍ଷାକୁ ଦୃଷ୍ଟିରେ ରକି ଏଭଳି ନିଷ୍ପତ୍ତି ନିଆଯାଇଥିବା ସ୍ପଷ୍ଟ କରିଛନ୍ତି କର୍ତ୍ତୃପକ୍ଷ । ପୂର୍ବରୁ ସମଗ୍ର ଭାରତରେ ଏହି ଆପ୍ ଉପରେ ବ୍ୟାନ ଲାଗଥିବା ବେଳେ ଆମେରିକାର ଏକାଧିକ ଷ୍ଟେଟ ମଧ୍ୟ ଟକଟକକୁ ବ୍ୟାନ କରିଥିଲେ । ଚୀନର ଏହି ଭିଡିଓ ଆପ୍ ସାରା ବିଶ୍ୱରେ ଲୋକପ୍ରିୟତା ହାସଲ କରିଥିବା ବେଳେ ଏହାକୁ ନେଇ ଅନେକ ପ୍ରଶ୍ନବାଚୀ ମଧ୍ୟ ସୃଷ୍ଟି ହୋଇଥିଲା । ଚୀନ କମ୍ପାନୀ ବାଇଟଡ୍ୟାନ୍ସ ତଥ୍ୟ ଲିକ୍ କରିବା ଆଶଙ୍କାରେ ନ୍ୟୁୟର୍କରେ ମଧ୍ୟ ଏହାକୁ ବ୍ୟାନ କରାଯାଇଛି । ତେବେ ଏହି ଆପ୍ ପୁଣିଥରେ ଫେରିବା ନେଇ କୌଣସି ସୂଚନା ଦେଇନାହାନ୍ତି କର୍ତ୍ତୃପକ୍ଷ ।

Get real time updates directly on you device, subscribe now.