fbpx

TikTok ହେଲା ଦୁନିଆର ନମ୍ବରୱାନ୍ କମ୍ପାନୀ: ଲୋକପ୍ରିୟତା ତାଲିକାରେ ପଛରେ ରହିଲେ Google, Facebook ଓ Apple

Advertisement

ନୂଆଦିଲ୍ଲୀ: TikTokକୁ ଭାରତରେ ବ୍ୟାନ୍ କରାଯାଇଥିଲେ ହେଁ ଏହାର ଲୋକପ୍ରିୟତା ଜାରି ରହିଛି । ପପୁଲାରିଟି କ୍ଷେତ୍ରରେ ଏହା ଗୁଗଲ, ଆପ୍ପଲ, ଫେସବୁକ ପରି ବଡ଼ ବଡ଼ କମ୍ପାନୀକୁ ପଛରେ ପକାଇ ଦେଇଛି । ୨୦୨୧ରେ ଟିକଟକ ମୋଷ୍ଟ ପପୁଲାର ୱେବସାଇଟର ମାନ୍ୟତା ଲାଭ କରିଥିବା ନେଇ ଆଇଟି ସିକ୍ୟୁରିଟି କମ୍ପାନୀ କ୍ଲାଉଡଫ୍ଲେୟର ପକ୍ଷରୁ ଏକ ରିପୋର୍ଟ ଜାରି କରାଯାଇଛି । TikTokକୁ ଆମେରିକୀୟ କମ୍ପାନୀ ଗୁଗଲ ତୁଳନାରେ ଅଧିକ ହିଟସ୍ ମିଳୁଥିବା ନେଇ ରିପୋର୍ଟରେ କୁହାଯାଇଛି ।

ବର୍ତ୍ତମାନ ସମଗ୍ର ବିଶ୍ୱରେ କୋଟି କୋଟି ଲୋକ Short Videoର ଫାଇଦା ଉଠାଇବା ପାଇଁ TikTok ୟୁଜ୍ କରୁଛନ୍ତି । ଗତବର୍ଷ ଜୁନ୍ ମାସରେ ଭାରତ ସରକାର ଏହି ଆପ ଉପରେ ବ୍ୟାନ୍ ଲଗାଇଥିଲେ । TikTok ଚଳିତ ବର୍ଷ ଫେବୃଆରୀ, ମାର୍ଚ୍ଚ ଓ ଜୁନରେ ଗୁଗଲକୁ ଟପ୍ ୱେବସାଇଟ ସ୍ଥାନରୁ ହଟାଇବାରେ ସକ୍ଷମ ହୋଇଛି । ଗତ ଅଗଷ୍ଟ ମାସରୁ ଲଗାତର ଭାବେ TikTok ୧ ନମ୍ବର ସ୍ଥାନରେ ରହି ଆସିଛି । ଏହି ତାଲିରେ ଗୁଗଲ, ଫେସବୁକ, ମାଇକ୍ରୋସଫ୍ଟ, ଆପ୍ପଲ, ଆମାଜନ, ନେଟଫ୍ଲିକ୍ସ, ୟୁଟ୍ୟୁବ, ଟ୍ୱିଟର, ୱାଟସଆପ ଆଦି ତଳକୁ ତଳ ସ୍ଥାନ ପାଇଛନ୍ତି । ତେବେ କରୋନା ମହାମାରୀ କାରଣରୁ TikTokର ଲୋକପ୍ରିୟତା ବହୁତ ବୃଦ୍ଧି ପାଇଥିବା ରିପୋର୍ଟରେ କୁହାଯାଇଛି । କଟକଣା କାରଣରୁ ଅଧିକାଂଶ ଲୋକ ଘରେ କଏଦ ହୋଇ ରହିବାକୁ ବାଧ୍ୟ ହୋଇଥିଲେ । ଏପରି ସ୍ଥିତିରେ ସେମାନେ ସମୟ ଅତିବାହିତ କରିବା ପାଇଁ TikTok ପ୍ଲାଟଫର୍ମକୁ ବହୁମାତ୍ରାରେ ବ୍ୟବହାର କରିଥିବା କୁହାଯାଇଛି ।

Get real time updates directly on you device, subscribe now.