fbpx

ମୁଁ TikTok କହୁଛି, ଖୁବଶୀଘ୍ର ମୁଁ ଫେରୁଛି ଭାରତକୁ! ଜାଣନ୍ତୁ ଏହା ପଛର ସତ୍ୟତା

ନୂଆଦିଲ୍ଲୀ: ସୋସିଆଲ ମିଡ଼ିଆର ସର୍ଟ ଭିଡିଓ, ରିଲ୍ସ ପ୍ରେମୀମାନଙ୍କ ପାଇଁ ଏକ ଖୁସି ଖବର । ମନୋରଞ୍ଜନ ଆପ୍ ଟିକଟକ୍ ପୁଣି ଥରେ ଭାରତକୁ ଫେରୁଛି । ଏହି ଖବର ଶୁଣିବା ପରେ ଟିକଟକ ପ୍ରେମୀଙ୍କ ଗୋଡ଼ ଆଉ ତଳେ ଲାଗୁନାହିଁ । ଗତ ୨୦୨୦ରେ ଅନ୍ୟ ୫୮ଟି ଆପ ସହିତ ଟିକଟକକୁ ଭାରତ ସରକାର ବ୍ୟାନ କରିଦେଇଥିଲେ । ଟିକଟକ ଭାରତରୁ ବ୍ୟାନ ହେବା ପରେ ଅନେକ ସୋସିଆଲ ମିଡ଼ିଆ ଷ୍ଟାର ରାତାରାତି ହିରୋରୁ ଜିରୋ ହେବା ସହ ରୋଜଗାର ହରାଇଥିଲେ ।

ଯଦିଓ ଟିକଟିକକୁ ଭାରତ ସରକାର ପୂର୍ବରୁ ବ୍ୟାନ କରିସାରିଛନ୍ତି, ତେବେ ଏନେଇ ଏକ ନୂଆ ଖବର ସାମ୍ନାକୁ ଆସିଛି । ଏକ ବିଶେଷ ସୂତ୍ରରୁ ଜଣାପଡ଼ିଛି, ଟିକଟକ ପୁଣି ଥରେ ଭାରତକୁ ଫେରିପାରେ । ଟିକଟକର ମାଲିକାନାରେ ଥିବା କମ୍ପାନୀ ବାଏଟଡ୍ୟାନ୍ସ ନିକଟରେ ମୁମ୍ବାଇର ଏକ କମ୍ପାନୀ ସହିତ କଥାବାର୍ତ୍ତା କରିଛି । ତେବେ ଇସ୍ପୋର୍ଟ୍ସ ଓ ଗେମିଂ ଭେଞ୍ଚର ଇଣ୍ଡିଆ ସ୍କାଏସ୍ପୋର୍ଟ୍ସର ସିଇଓ ଏନେଇ କନଫର୍ମ କରିଛନ୍ତି । ଟିକଟକ ସର୍ଟ-ଭିଡିଓ ଆପ ଭାରତକୁ ଫେରିବ ବୋଲି ସେ କହିଛନ୍ତି ।

୨୦୨୦ରେ ଟିକଟକ ବ୍ୟାନ ହେବା ସମୟରେ ଭାରତରେ ଏହି ଭିଡିଓ ଆପର ସର୍ବାଧିକ ୟୁଜର ବେସ୍ ରହିଥିଲା । ସେ ସମୟରେ ଟିକଟକ ସହିତ ଅନ୍ୟ ୫୮ଟି ଆପକୁ ଜାତୀୟ ସୁରକ୍ଷା କାରଣରୁ ବ୍ୟାନ କରାଯାଇଥିଲା । ତେବେ ଟିକଟକ ସହିତ ବିଜିଏମଆଇ ମଧ୍ୟ ଭାରତକୁ ଫେରିବାର ଆଶା ଶତ ପ୍ରତିଶତ ରହିଛି । ଯଦି ସବୁକିଛି ଠିକ୍ ରୁହେ ତେବେ ପୁଣି ଥରେ ଭାରତକୁ ସର୍ଟ ଭିଡିଓର ଜମାନା ଫେରିବ ବୋଲି ସ୍କାଏସ୍ପୋର୍ଟ୍ସର ସିଇଓ ଶିବା ନନ୍ଦି କହିଛନ୍ତି ।

Get real time updates directly on you device, subscribe now.