fbpx
BSKY
BJD YOUTH SKY
BJD MS SKY

ମହିଳାଙ୍କୁ ମାଗଣାରେ ମିଳିବ ଦୁଇ ଦିନ ବସ୍ ଯାତ୍ରା, ରକ୍ଷା ବନ୍ଧନ ପାଇଁ ସରକାର କଲେ ଘୋଷଣା

ଲକ୍ଷେ୍ନø: ଏଥର ରକ୍ଷା ବନ୍ଧନ ଅବସରରେ ଦୁଇ ଦିନ ପାଇଁ ମହିଳାଙ୍କୁ ମାଗଣାରେ ବସ୍ ସେବା । ଅର୍ଥାତ୍ ଦୁଇ ଦିନ ପାଇଁ ମହିଳାମାନେ ମାଗଣାରେ ବସ୍ ଯାତ୍ରା କରିପାରିବେ । ଏଭଳି ଘୋଷଣା କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।

ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ ରକ୍ଷା ବନ୍ଧନ ଅବସରରେ ରାଜ୍ୟରେ ଦୁଇ ଦିନ ପାଇଁ ମହିଳାଙ୍କୁ ୟୁପି ପରିବହନ ନିଗମର ବସ୍ ରେ ମାଗଣାରେ ଯାତ୍ରା କରିବାକୁ ସୁଯୋଗ ମିଳିବ । ମହିଳାଙ୍କୁ ମାଗଣାରେ ବସ୍ ସୁବିଧା ୧୦ ଅଗଷ୍ଟ ରାତି ୧୨ ରୁ ୧୨ ଅଗଷ୍ଟ ରାତି ୧୨ ପର୍ଯ୍ୟନ୍ତ ମିଳିବ । ୟୁପି ରୋଡୱେଜ୍ ର ସବୁ ପ୍ରକାର ବସରେ ଏହି ସୁବିଧା ମିଳିବ ।

ଅବଶ୍ୟ ପ୍ରତି ବର୍ଷ ଯୋଗୀ ସରକାର ରକ୍ଷା ବନ୍ଧନ ଅବସରରେ ମହିଳାଙ୍କୁ ମାଗଣାରେ ବସ୍ ସୁବିଧା ଦେଇଥାନ୍ତି । କିନ୍ତୁ ପ୍ରତି ବର୍ଷ ଏହି ସୁବିଧା ରକ୍ଷା ବନ୍ଧନ ଦିନ ୨୪ ଘଣ୍ଟା ପାଇଁ ଦିଆଯାଇଥାଏ । କିନ୍ତୁ ଚଳିତ ବର୍ଷ ଆଜାଦୀ କା ଅମୃତ ମହୋତ୍ସବ ପାଳନ ସହ ରକ୍ଷା ବନ୍ଧନ ଅବସରରେ ମହିଳାମାନେ ଦୁଇ ଦିନ ମାଗଣାରେ ବସ ଯାତ୍ରାର ଲାଭ ଉଠାଇପାରିବେ । ସିଏମ ଯୋଗୀ ଆଦିତ୍ୟନାଥଙ୍କ ଆଦେଶ ପରେ ଦେଇଛନ୍ତି ।

ସୂଚନାଯୋଗ୍ୟ, ଗତବର୍ଷ ରକ୍ଷା ବନ୍ଧନ ଅବସରରେ ସାଢ଼େ ତିନି ଲକ୍ଷ ମହିଳା ରକ୍ଷା ବନ୍ଧନ ଦିନ ମାଗଣା ବସ୍ ସେବାର ଲାଭ ଉଠାଇଥିଲେ ।

Get real time updates directly on you device, subscribe now.