fbpx

ଟିକଟକ କରିବା ପଡ଼ିଲା ମହଙ୍ଗା, ନଦୀରେ ଭାସିଯାଇ ଛାତ୍ରୀଙ୍କ ମୃତ୍ୟୁ

ଜଗତସିଂହପୁର, ୨୩ା୬(ଓଡ଼ିଶା ଭାସ୍କର): ସମସ୍ତ ଏବେ ଟିକଟକ ମାୟାରେ ବାୟା । ପିଲାଠୁ ବୟସ୍କ ସମସ୍ତେ ଟିକଟକ କରିବାରେ ଲାଗିପଡ଼ିଛନ୍ତି । ସେହି ଟିକଟକ କଲା ବେଳେ ନଦୀରେ ଭାସିଗଲେ ଚାରି ଜଣ । ଚାରି ଜଣଙ୍କର ମଧ୍ୟରୁ ଜଣେ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଜଣ ଗୁରୁତର ଭାବେ ଆହତ ହୋଇଛନ୍ତିି । ସେମାନଙ୍କୁ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତ ଛାତ୍ରୀ ଜଣଙ୍କ ମଙ୍ଗପୁର ଗ୍ରାମର ଓ ତାଙ୍କ ବୟସ ୧୫ବର୍ଷ । ସେମାନେ ବାଲିକୁଦାର ଦେବୀ ନଦୀ କୂଳରେ ଟିକଟକ କରୁଥିଲେ । ଅସାବଧାନତା ଯୋଗୁଁ ନଦୀକୁ ଖସିପଡ଼ି ପାଣିରେ ଭାସିଯାଇଥିଲେ । ବୁଡ଼ି ଯିବା ବେଳେ ୩ଜଣଙ୍କୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକ ।

Get real time updates directly on you device, subscribe now.