fbpx

ପୁରାତନ ଯୁଗରେ ତିଳକର ଭୂମିକା; କାହିଁକି ପୂର୍ବ କାଳରେ ରାଜବଂଶରେ ଲଗାଯାଏ ବିଜୟ ତିଳକ?…

ଓଡ଼ିଶା ଭାସ୍କର: ତିଳକ ବା ଚନ୍ଦନ ଲଗାଇବା ସନାତନ ଧର୍ମରେ ଖାସ୍ ମହତ୍ୱ ରହିଛି। ମଥାରେ ତିଳକ ଲାଗାଇବାକୁ ନେଇ ରହିଛି ଅନେକ କିମ୍ୱଦନ୍ତୀ। ତିଳକ ଲଗାଇଲେ ଯେ କେବଳ ଆମ ଜୀବନରେ ସାକାରାତ୍ମକ ଚିନ୍ତାଧାରା ଆସିଥାଏ ତାହା ନୁହେଁ ବରଂ ବ୍ୟକ୍ତିର ଜନ୍ମ ଜାତକରେ ଅଶୁଭତ୍ୱ ପ୍ରଦାନ କରୁଥିବା ଗ୍ରହ ବି ଶାନ୍ତ ହୋଇଥାନ୍ତି। ସବୁଦିନ ହେଉ କିମ୍ୱା ବିଶେଷ ପୂଜା ପର୍ବଣରେ ତିଳକ ଲଗାଯାଇଥାଏ। ଏ ସବୁ ତିଳକଠୁ ଚନ୍ଦନ ତିଳକୁ ଅଧିକ ଲାଭକାରୀ କୁହାଯାଏ।

ତେବେ ଆସନ୍ତୁ ଜାଣିବା ତିଳକ ଲଗାଇଲେ ଫାଇଦା କାହିଁକି ମିଳେ। ତିଳକକୁ ଭଗବାନ ବିଷ୍ଣୁଙ୍କ ତାଜ ବୋଲି ମନାଯାଏ। ମଥାରେ ତିଳକ ଲଗାଇବା ଦ୍ୱାରା ବ୍ୟକ୍ତି କରିଥିବା ପାପରୁ ମୁକ୍ତି ହୋଇଥାଏ ଏବଂ ତାକୁ ପୁଣ୍ୟ ପ୍ରାପ୍ତି ହୋଇଥାଏ। ତିଳକକୁ ତ୍ରିଦେବ ଯଥା- ବ୍ରହ୍ମା, ବିଷ୍ଣୁ, ମହେଶ୍ୱରଙ୍କ ପ୍ରତିକ ବୋଲି ମଧ୍ୟ କୁହାଯାଏ। ଦେଖିବାକୁ ଗଲେ ତିଳକକୁ ନେଇ ବିଭିନ୍ନ ସଭ୍ୟତାରେ ଅଲଗା ଅଲଗା ତରିକା ଓ ମହତ୍ୱ ରହିଛି।

ଶାସ୍ତ୍ର ଅନୁସାରେ ତିଳକ ଲଗାଇଲେ ଗ୍ରହପୀଡ଼ା ଦୂରହେବା ସହ ଅଟକିଥିବା କାମ ମଧ୍ୟ ସହଜରେ ହୋଇଥାଏ। ଦିନ ଅନୁସାରେ ଥିଳକ ପିନ୍ଧିଲେ ଶୁଭଫଳ ମିଳିଥାଏ। ମାନ୍ୟତା ଅଛି କି ସୋମବାର ଦିନ ଚନ୍ଦନ ତିଳକ ଲଗାଇଲେ ମନ ଶାନ୍ତ ରୁହେ। ମଙ୍ଗଳବାର ଦିନ ତିଳ ତେଲ ସହ ସିନ୍ଦୁର ମିଶାଇ ଲଗାଇଲେ ଶୁଭ ହୋଇଥାଏ। ବୁଧବାର ଦିନ ଶୁଖିଲା ସିନ୍ଦୁର ଲଗାଇଲେ ଭଗବାନଙ୍କ କୃପା ମିଳିଥାଏ।

ଗୁରୁବାର ଦିନ ହଳଦୀଆ ଚନ୍ଦନ ବା ଗୁଣ୍ଡ ହଳଦୀକୁ ତିଳକ କରି ଲଗାଇଲେ ସୁଖ ସମୃଦ୍ଧି ମିଳିଥାଏ। ଶୁକ୍ରବାର ଲାଲ୍ ଚନ୍ଦନର ତିଳକ ଲଗାଇଲେ ଖୁସି ମିଳିଥାଏ। ଶନିବାର ଦିନ ଭଷ୍ମ ତିଲକ ଲଗାଇଲେ ଜୀବନର ସବୁ ବାଧା-ବିଘ୍ନ ଦୂର ହୋଇଥାଏ। ରବିବାର ମଧ୍ୟ ଲାଲ୍ ଚନ୍ଦନ ଲଗାଇଲେ ବ୍ୟକ୍ତିକୁ ସମାଜରେ ମାନ-ସମ୍ମାନ ମିଳିଥାଏ। ପୂର୍ବ କାଳରେ ସେଥିଲାଗି ରାଜବଂଶର ଲୋକମାନେ ତିଳକ ଲଗାଇଥାନ୍ତି।

Get real time updates directly on you device, subscribe now.