fbpx

ଫ୍ରିଜ୍ ରେ ବି ଶୁଖିଯାଉଛି କି ଅଦା? ଆପଣାନ୍ତୁ ଏହି ଉପାୟ, ମାସ ମାସ ଧରି ରହିବ ସତେଜ

Advertisement

ଅଦା ଆମ ସ୍ୱାସ୍ଥ୍ୟ ଲାଗି ବହୁତ ଲାଭଦାୟକ ହୋଇଥାଏ । ଏହା ଆମର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହିତ ବହୁ ଆୟୁର୍ବେଦିକ ଗୁଣରେ ଭରପୁର ହୋଇଥାଏ । କାଶ, ଥଣ୍ଡା, ଜ୍ୱର, ଦେହ ହାତ ବିନ୍ଧା ଆଦି ସ୍ୱାସ୍ଥ୍ୟଗତ ସମସ୍ୟା ଦୂର କରିବାରେ ଏହା ବହୁ ମାତ୍ରାରେ ସହାୟକ ହୋଇଥାଏ । ଏହା ସହିତ ଅଦା ଖାଦ୍ୟର ସ୍ୱାଦ ବି ବଢାଇଥାଏ । ଏତେ ଗୁଣରେ ଭରପୁର ଅଦାକୁ ସାଇତି କରି ରଖିବା ଏକ ଚ୍ୟାଲେଞ୍ଜ ହୋଇଥାଏ । ଆମେ ଏହାକୁ ବଜାରରୁ କିଣି ଆଣିବା ପରେ ଭଲ ଭାବେ ଧୋଇକରି ଫ୍ରିଜ୍ରେ ରଖିଦେଉ । କିନ୍ତୁ ଏହା ମାତ୍ର କିଛି ଦିନ ମଧ୍ୟରେ ଶୁଖି ନଷ୍ଟ ହୋଇଯାଏ । ଏହାର କାରଣ ଆମେ ଏହାକୁ ଠିକ୍ ଭାବରେ ଷ୍ଟୋର ନ କରିବା । ଏହି କ୍ରମରେ ଆସନ୍ତୁ ଜାଣିବା ଆମେ ଅଦାକୁ ଫ୍ରିଜ୍ରେ କିପରି ଭାବରେ ଷ୍ଟୋର କରି ରଖିବା ।
ଭଲ ଭାବେ ଶୁଖିଲା ପରେ ଫ୍ରିଜ୍ ରେ ରଖନ୍ତୁ:
ଯେତେବେଳେ ବି ଅଦାକୁ ଫ୍ରିଜ୍ରେ ରଖୁଛନ୍ତି ଏହାକୁ ଧୋଇବା ପରେ ଭଲଭାବରେ ଶୁଖାଇ ରଖନ୍ତୁ । ଏହାକୁ ଧୋଇବା ପରେ କିଛି ସମୟ ଫ୍ୟାନ୍ ତଳେ ରଖି ଦିଅନ୍ତୁ । ଏହା ଠିକ୍ ଭାବରେ ଶୁଖିଗଲା ପରେ ଫ୍ରିଜ୍ ରେ ଷ୍ଟୋର କରି ରଖନ୍ତୁ ।
ବ୍ରାଉନ୍ ପେପରରେ ଗୁଡାଇ ରଖନ୍ତୁ:
ଯେତେବେଳେ ଆପଣ ଫ୍ରିଜ୍ ରେ ଅଦା ରଖୁଛନ୍ତି ସେତେବେଳେ ଆପଣ ଏହାକୁ ମାଟିଆ ରଙ୍ଗର ପେପରରେ ଗୁଡାଇ ରଖନ୍ତୁ । ଏପରି କରିବା ଦ୍ୱାରା ଏଥିରେ ପାଣି ରହିବ ନାହିଁ ଓ ଏହା ଦୀର୍ଘ ଦିନ ଧରି ଫ୍ରେସ୍ ରହିବ ।
ଏୟାରଟାଇଟ୍ କଣ୍ଟେନର:
ଯଦି ଆପଣ ଅଦାକୁ ଦୀର୍ଘ ସମୟ ଧରି ଷ୍ଟୋର କରିବାକୁ ଚାହୁଁଛନ୍ତି ତେବେ ଆପଣ ଏହାକୁ ଏକ ଏୟାରଟାଇଟ୍ କଣ୍ଟେନରରେ ରଖନ୍ତୁ । ଅନ୍ୟଥା ଫ୍ରିଜ୍ ରେ ଅଧିକ ସମୟ ପର୍ଯ୍ୟନ୍ତ ଷ୍ଟୋର କରି ରଖିବା ଲାଗି ଆପଣ ଜିପ୍ ଲକ୍ ପାଷ୍ଟିକ୍ ବ୍ୟାଗର ବି ଉପଯୋଗ କରିପାରିବେ । କିନ୍ତୁ ଧ୍ୟାନ ରଖିବେ ଏହା ଯେପରି ଓଦା ହୋଇ ନ ଥିବ ।
ଫ୍ରିଜର ସବା ତଳ ଥାକରେ ରଖନ୍ତୁ:
ଅଦା ପାଇଁ ଫ୍ରିଜ୍ ର ତଳ ଥାକ (କ୍ରିସ୍ପର ଡ୍ରୟର) ସବୁଠାରୁ ଉକ୍ରୃଷ୍ଟ । ଏହି ଥାକର ତାପମାତ୍ରା ଅଦା ଲାଗି ଉପଯୁକ୍ତ ହୋଇଥାଏ । ଅଦାକୁ ଭଲ ଭାବରେ ଧୋଇ ଶୁଖାଇ ପ୍ଲାଷ୍ଟିକ୍ କିମ୍ବା ପେପର ବ୍ୟାଗରେ ଗୁଡାଇ ଏହି ତଳ ଥାକରେ ରଖନ୍ତୁ ।
ଅଦାରୁ ଚୋପା ଛଡାଇ ରଖନ୍ତୁ ନାହିଁ:
ଯଦି ଆପଣ ଅଦାକୁ କାଟି କିମ୍ବା ଚୋପା ଛଡାଇ ଫ୍ରିଜ୍ ରେ ରଖିବେ ତେବେ ଏହା ଶୀଘ୍ର ଶୁଖିଯିବ । ତେଣୁ ଆପଣ ଏହାକୁ ନ କାଟି ବା ଚୋପା ନ ଛଡାଇ ସର୍ବଦା ରଖନ୍ତୁ ।

 

Get real time updates directly on you device, subscribe now.