fbpx

ସ୍ମରଣ ଶକ୍ତିକୁ ବୃଦ୍ଧି କରିବାକୁ ଚାହୁଁଛନ୍ତି କି? ଆପଣାନ୍ତୁ ଏହି ଟିପ୍ସ

ବୟସ ବଢ଼ିବା ସହ ବ୍ୟକ୍ତିର ସ୍ମରଣ ଶକ୍ତି ଧିରେ ଧିରେ ହ୍ରାସ ପାଇଥାଏ । ସାଧାରଣତଃ ବୟସ୍କ ଲୋକମାନେ ଗୋଟିଏ ସ୍ଥାନରେ ଜିନିଷ ରଖି କିମ୍ବା ବଜାର ଗଲେ ଘର ରାସ୍ତା ଭୁଲି ଯା’ନ୍ତି । କିନ୍ତୁ ଆଜିକାଲି ବ୍ୟସ୍ତବହୁଳ ଜୀବନରେ ଏହି ସମସ୍ୟା କମ ଯୁବବର୍ଗମାନ କ୍ଷେତ୍ରରେ ବେଶି ଦେଖାଗଲାଣି । କାର୍ଯ୍ୟକ୍ଷେତ୍ରରେ ପ୍ରତିଦ୍ୱନ୍ଦିତା ଓ ଚାପ ସେମାନଙ୍କ ମସ୍ତିଷ୍କ ଉପରେ ପ୍ରଭାବ ପକାଇଥାଏ । ଫଳରେ ସେମାନେ ସବୁବେଳେ ଚିଡ଼ଚିଡ଼ା ରୁହନ୍ତି, ଟିକେ ଟିକେ କଥାରେ ରାଗିଯାନ୍ତି ଯାହାକି ଏକ ଚିନ୍ତାଜନକ ବିଷୟ । ତେବେ ଆସନ୍ତୁ ଜାଣିବା ଏମିତି କିଛି ଟିପ୍ସ ବିଷୟରେ ଯଦ୍ୱାରା ସ୍ମରଣ ଶକ୍ତି ବୃଦ୍ଧି ହୋଇଥାଏ ।

– ସର୍ବପ୍ରଥମେ ବ୍ୟବହାର କୁରୁଥିବା ଗ୍ୟାଜେଟ୍ ଯେପରି ସ୍ମାର୍ଟ ଫୋନ୍‌, ଟାବଲେଟ୍‌, ଲ୍ୟାପଟପ ଇତ୍ୟାଦି ଠାରୁ ଯେତେ ଦୂର ସମ୍ଭବ ଦୂରେଇ ରହିବା କଥା । ଏହି ସବୁର ଅତ୍ୟାଧିକ ବ୍ୟବହାର ଆମ ସ୍ମରଣ ଶକ୍ତିକୁ ଦୁର୍ବଳ କରିଥାଏ । କିଛି ସମୟ ଖେଳକୁଦ ଭଳି ଫିଜିକାଲ ଆକ୍ଟିଭିଟିଜ୍ କରିବା ଉଚିତ ।

– ସନ୍ତୁଳିତ ଆହାର ଉପରେ ବିଶେଷ ଧ୍ୟାନ ଦେବା ଉଚିତ । ଆମ ଡାଏଟ୍ ଚାର୍ଟରେ ବିଭିନ୍ନ ପ୍ରକାର ସବୁଜ ପନିପରିବା, ଫଳ, ଦହି, କ୍ଷୀର ମାଛ ସହ ଅନ୍ୟାନ୍ୟ ପ୍ରୋଟିନ, ଭିଟାମିନ, ଜିଙ୍କ୍‌, ଆଣ୍ଟିଅକ୍ସିଡେଣ୍ଟ, ଓମେଗା-୩ ଓ ମିନେରାଲ ଯୁକ୍ତ ଖାଦ୍ୟ ସେବନ କରିବା ଉଚିତ । ଆମ ମସ୍ତିଷ୍କକୁ ଉଚିତ ମାତ୍ରାରେ ପୋଷଣ ନ ମିଳିଲେ ସ୍ମରଣଶକ୍ତି ଦୁର୍ବଳ ହେବାର ଆଶଙ୍କା ଦେଖା ଦେଇଥାଏ ।

– ସୁସ୍ଥ ଶରୀର ପାଇଁ ଖାଦ୍ୟପେୟ ସହ ପର୍ଯ୍ୟାପ୍ତ ମାତ୍ରାରେ ନିଦ୍ରା ଆବଶ୍ୟକ । ବିଶେଷଜ୍ଞଙ୍କ ମତରେ ଜଣେ ବ୍ୟକ୍ତି ଦୈନିକ ୬-୮ ଘଣ୍ଟାର ନିଦ ପୁରା କରିବା ଉଚିତ । ଏହା ଆମ ମସ୍ତିଷ୍କ ଓ ଶରୀରକୁ ରିଲାକ୍ସ କରିଥାଏ । ମନେରଖନ୍ତୁ ନିଦ୍ରାହୀନତା ସ୍ମରଣ ଶକ୍ତି ଉପରେ ପ୍ରଭାବ ପକାଇପାରେ ।

– ଏହା ବ୍ୟତୀତ ଯୋଗାଭ୍ୟାସ ଓ ମେଡିଟେସନ କରିବା ଲାଭଦାୟକ ହୋଇଥାଏ । ଆମେ ଯେତେ ଚିନ୍ତାମୁକ୍ତ ଓ ଖୁସି ରହିବା ସେତେ ଶରୀର ଉପରେ ଏହାର ସକାରାତ୍ମକ ପ୍ରଭାବ ପଡ଼ିବ ।

– କୌଣସି ପ୍ରକାର ନିଶା ସବନ ଠାରୁ ଯେତେଦୂର ସମ୍ଭବ ଦୂରେଇ ରୁହନ୍ତୁ । ମାଦକ ଦ୍ରବ୍ୟର ଅତ୍ୟାଧିକ ସେବନ ମସ୍ତିଷ୍କର କୋଷ ଗୁଡ଼ିକୁ କ୍ଷତି ପହଂଚାଇଥାଏ ଯଦ୍ୱାରା ସ୍ମରଣ ଶକ୍ତି ଧିରେ ଧିରେ ଦୁର୍ବଳ ହୋଇଯାଏ ।

– ଯେତେଦୂର ସମ୍ଭବ ଫାଷ୍ଟ ଫୁଡ୍‌ ଠାରୁ ଦୂରେଇ ରୁହନ୍ତୁ । ଏହା ଆମ ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଅଟେ ।

Get real time updates directly on you device, subscribe now.