fbpx

ଟିସ୍କା ଚୋପ୍ରା ହେବେ ବିଶ୍ୱସ୍ତରୀୟ କରୋନା ଫଣ୍ଡରାଇଜର୍ ରେ ଅଂଶୀଦାର, ସ୍ୱତନ୍ତ୍ରତା ଦିବସ ଲାଗି ଚାଲିଛି ପ୍ରସ୍ତୁତି

ଓଡ଼ିଶା ଭାସ୍କର ବ୍ୟୁରୋ: ଅଭିନେତ୍ରୀ ଟିସ୍କା ଚୋପ୍ରା ସର୍ବଦା ସାମାଜିକ କାର୍ଯ୍ୟକ୍ରମରେ ଅଧିକ ସକ୍ରିୟ ଅଂଶଗ୍ରହଣ କରିଥାନ୍ତି । ଠିକ୍ ସେହିପରି ଆସନ୍ତା ସ୍ୱାଧୀନତା ଦିବସ ଅବସରରେ୍ ସେ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଅଂଶୀଦାର ହେବାକୁ ଯାଉଛନ୍ତି । ଇଣ୍ଡିଆ କୋଭିଡ୍ ରେସପନ୍ସ ଫଣ୍ଡ ନାମକ ଫଣ୍ଡ ରାଇଜର୍ରେ ଟିସ୍କା ଭାଗନେବେ । ଏହା ଗିଭ୍ ଇଣ୍ଡିଆ ଚାରିଟି ସଂଗଠନର ଏକ ପ୍ରୟାସ । କାର୍ଯ୍ୟକ୍ରମର ନାମ ଫର୍ ଇଣ୍ଡିଆ ରଖାଯାଇଛି ଓ ସ୍ୱାଧୀନତା ଦିବସ ସନ୍ଧ୍ୟାରେ ଏହାର ଆୟୋଜନ ପାଇଁ ପ୍ରସ୍ତୁତି ଚାଲିଛି ।

Actress Tisca Chopra

ସୂଚନା ଅନୁସାରେ କୋଭିଡ୍ ମହାମାରୀ ସମୟରେ ସାରା ଦୁନିଆରେ ଗୋଟିଏ ପ୍ରସଙ୍ଗ ଆଉ ପ୍ରଶ୍ନ ସମସ୍ତଙ୍କ ମନରେ ବେଶି ଉଦ୍ରେକ ହେଉଥିଲା । ଗର୍ଭବତୀ ମହିଳାମାନଙ୍କୁ ନେଇ ସାଧାରଣରେ ଦ୍ୱନ୍ଦ୍ୱ ଲାଗି ରହିବା ଜଣାପଡ଼ିଥିଲା । ଏହାକୁ ଦୃଷ୍ଟିରେ ରଖି କାର୍ଯ୍ୟକ୍ରମ କରାଯାଉଥିବାବେଳେ ପ୍ରସିଦ୍ଧ ସ୍ତ୍ରୀରୋଗ ବିଶେଷଜ୍ଞ ଡା. ଅଙ୍କେଶ୍ ସାହେତ୍ୟାଙ୍କ ସହ ଟିସ୍କା ଆଲୋଚନା କରିବେ । ଏହା କୋଭିଡ୍ ମହାମାରୀ କାଳରେ ଗର୍ଭବତୀ ହୋଇଥିବା ମହିଳାମାନଙ୍କ ପାଇଁ ଏକ ବଡ଼ ପରାମର୍ଶ ହେବ ଓ ସତର୍କ ପାଇଁ ସୁଯୋଗ ମିଳିବ ।

Get real time updates directly on you device, subscribe now.