fbpx

ସ୍କୁଲ ଖୋଲିବା ମାତ୍ରେ ମାଡିଗଲା କରୋନା, ୨ ଟି ସ୍କୁଲରୁ ୨୦ ଜଣ ଛାତ୍ରଛାତ୍ରୀ ପଜିଟିଭ୍

ଲୁଧିଆନା: କରୋନା ସଂକ୍ରମଣ ହ୍ରାସ ପାଇଥିଲେ ବି ବିପଦ ସମ୍ପୂର୍ଣ୍ଣ ଭାବେ ଟଳିନି । ଏହାରି ମଧ୍ୟରେ ପଞ୍ଜାବରେ ସ୍କୁଲ ଖୋଲିବା ମାତ୍ରେ ମାଡିଯାଇଛି କରୋନା । ଲୁଧିଆନାର ୨ଟି ସରକାରୀ ସ୍କୁଲରେ ପ୍ରାୟତଃ ୨୦ ଛାତ୍ରଛାତ୍ରୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଫଳରେ ସ୍ୱାସ୍ଥ୍ୟ ବିଭାଗ ଓ ପ୍ରଶାସନ ବି ଛାନିଆ । ପଜିଟିଭ୍ ହୋଇଥିବା ବିଦ୍ୟାର୍ଥୀଙ୍କୁ ଆଇସୋଲେସନରେ ରଖାଯାଇଛି ।

ତେବେ ପଞ୍ଜାବର କ୍ୟାପଟେନ୍ ଅମରିନ୍ଦର ସିଂହ ସରକାର ୨ ଅଗଷ୍ଟରୁ ସମସ୍ତ ଶ୍ରେଣୀ ପାଇଁ ପୁଣି ସ୍କୁଲ ଖୋଲିବାକୁ ଅନୁମତି ଦେଇଥିଲେ । କିନ୍ତୁ ୨୦ ଛାତ୍ରଛାତ୍ରୀ ପଜିଟିଭ ଚିହ୍ନଟ ହେବା ପରେ ପରିସ୍ଥିତି ଆହୁରୀ ଗମ୍ଭୀର ହୋଇଛି । ପ୍ରତିଦିନ ଲୋକମାନେ କରୋନାର ନୂଆ ନୂଆ ଭାରିଆଣ୍ଟରେ ଶିକାର ହେଉଛନ୍ତି ।

Get real time updates directly on you device, subscribe now.