fbpx

ପଶ୍ଚିମବଙ୍ଗରେ ବିଶାଳ ବିଜୟ ଅଭିମୁଖେ ଟିଏମସି

Advertisement

କୋଲକାତା, ୨ା୫: ସମଗ୍ର ଦେଶରେ ବର୍ତ୍ତମାନ ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ବିଧାନସଭା ନିର୍ବାଚନ ଫଳାଫଳକୁ ନେଇ ଚର୍ଚ୍ଚା ଚାଲିଛି । ଜନାଦେଶ କେଉଁ ଦଳ ସପକ୍ଷରେ ଯିବ, ତାହାକୁ ଦେଶବାସୀ ଉତ୍କଣ୍ଠାର ସହ ଚାହିଁ ରହିଛନ୍ତି । ତେବେ ଜନତାଙ୍କ ଫୋକସରେ ରହିଛି ପଶ୍ଚିମବଙ୍ଗ । ଏଠାରେ ଟିଏମସି ଓ ବିଜେପି ମଧ୍ୟରେ କାଣ୍ଟେ କା ଟକ୍କର ଦେଖିବାକୁ ମିଳିଛି । ଟିଏମସି ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ବିଜେପି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅମିତ ଶାହ ହାଇଭୋଲଟେଜ୍ ପ୍ରଚାର କରିଥିଲେ । ତେବେ ପୂର୍ବରୁ ମମତାଙ୍କ ସେନାପତି ଥିବା ଶୁଭେନ୍ଦୁ ଅଧିକାରୀ ଓ ମମତା ବାନାର୍ଜୀଙ୍କ ଲଢ଼େଇର ଫଳାଫଳକୁ ସମସ୍ତେ ଉତ୍ସୁକତାର ସହ ଚାହିଁ ବସିଛନ୍ତି । ନନ୍ଦିଗ୍ରାମ ଆସନରେ ଏହି ଦୁଇ ରାଜନେତା ପ୍ରତିଦ୍ୱନ୍ଦିତା କରୁଛନ୍ତି ।

ତେବେ ପଶ୍ଚିମବଙ୍ଗରେ ଟିଏମସି ବାଜିମାତ କରିବା ଏକପ୍ରକାର ସ୍ଥିର ହୋଇଛି । ବର୍ତ୍ତମାନ ସୁଦ୍ଧା ଟିଏମସି ୨୧୧ଟି ଆସନରେ ଆଗୁଆ ରହିଛି । ସେହିପରି ପ୍ରମୁଖ ପ୍ରତିଦ୍ୱନ୍ଦୀ ବିଜେପି ୭୭ଟିରେ ଆଗୁଆ ରହିଛି । ସରକାର ଗଢ଼ିବା ପାଇଁ ମୋଟ ୨୯୨ଟି ଆସନ ମଧ୍ୟରୁ ୧୪୭ଟିରେ ଜିତିବା ଆବଶ୍ୟକ । ବର୍ତ୍ତମାନ ଫଳାଫଳ ସୁଦ୍ଧା ଟିଏମସି ବହୁ ସିଟରେ ଆଗୁଆ ରହିଥିବାରୁ ଦଳ ସରକାର ଗଢ଼ିବା ଆଶା କରାଯାଉଛି । ଏହି ଲଢ଼େଇରେ ଟିଏମସି ବିଶାଳ ବିଜୟ ହାସଲ କରିବା ସୁନିଶ୍ଚିତ ହୋଇଯାଇଛି ।

Get real time updates directly on you device, subscribe now.