fbpx

ରାଜୀବ ବାନାର୍ଜୀଙ୍କ ଘରୱାପସୀ; ବିଜେପି ଛାଡି ଦିଦିଙ୍କ ଶରଣ ପସିଲେ

Advertisement

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ବିଜେପିକୁ ଝଟକା । ବିଧାନସଭା ନିର୍ବାଚନ ପୂର୍ବରୁ ଟିଏମସି ଛାଡି ବିଜେପିରେ ଯୋଗ ଦେଇଥିବା ରାଜୀବ ବାନାର୍ଜୀ ପୁଣିଥରେ ନିଜର ପୁରୁଣା ଦଳକୁ ଫେରିଛନ୍ତି । ରବିବାର ଟିଏମସିରେ ପୁନର୍ବାର ମିଶିଛନ୍ତି ରାଜୀବ । ପୁନର୍ବାର ଦଳରେ ମିଶିବାର ସୁଯୋଗ ଦେଇଥିବାରୁ ଅଭିଷେକ ବାନାର୍ଜୀ ଓ ମମତା ବାନାର୍ଜୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ରାଜୀବ । ଦଳ ବଦଳ ସମୟରେ ସେ ବିଜେପିକୁ ବେଶ ସମାଲୋଚନା ମଧ୍ୟ କରିଛନ୍ତି।

ଟିଏମସି ଛାଡିବା ସମୟରେ ବିଜେପି ପକ୍ଷରୁ ତାଙ୍କୁ ବେଶ କିଛି ପ୍ରତିଶ୍ରୁତି ଦିଆଯାଇଥିଲା । ତେବେ ବିଜେପିର ଏହି ପ୍ରତିଶ୍ରୁତି ଧୂଆଁବାଣ ସାବ୍ୟସ୍ତ ହୋଇଥିଲା । ରୋଜଗାର ଏବଂ କୃଷି ପରି ଗୁରୁତ୍ୱପୂର୍ଣ୍ଣ ବିଷୟରେ ବିଜେପି ଫେଲ ହୋଇଛି ବୋଲି ରାଜୀବ କହିଛନ୍ତି । ବିଜେପି କେବଳ ଧର୍ମକୁ ନେଇ ରାଜନୀତି କରୁଛି ବୋଲି ମଧ୍ୟ ସେ ଅଭିଯୋଗ କରିଛନ୍ତି । ବିକାଶ ଅପେକ୍ଷା ବିଜେପି ସର୍ବଦା ଧର୍ମର ରାଜନୀତି ଓ ଭୋଟ ବ୍ୟାଙ୍କକୁ ପ୍ରାଧାନ୍ୟ ଦେଇଛି।

Get real time updates directly on you device, subscribe now.