ସ୍ୱାମୀକୁ ଛାଡି ଅନ୍ୟ ପୁରୁଷକୁ ପ୍ରେମ କରୁଥିଲା ଭାଉଜ, ଦେଖିଦେଲା ଦିଅର, ଆଉ ତା ପରେ…

ପ୍ରେମିକ ସହ ରହିବା ପାଇଁ ନବବଧୂ ରଚିଲା ଷଡଯନ୍ତ୍ର1

ଉତ୍ତରାଖଣ୍ଡ: ପ୍ରେମିକ ସହ ରହିବା ପାଇଁ ନବବଧୂ ରଚିଲା ଷଡଯନ୍ତ୍ର, କରିଲା ଏପରି ଘୃଣ୍ୟ କାମ। ଉତ୍ତରାଖଣ୍ଡର ହରିଦ୍ୱାରରେ, ଜଣେ ବିବାହିତ ମହିଳା ତାଙ୍କ ପ୍ରେମିକ ସହିତ ରହିବା ପାଇଁ ଦିଅରକୁ ମାରିଦେଇଛନ୍ତି। ସେ ପୁଣି 5 ଲକ୍ଷ ଟଙ୍କାର ସୁପାରୀ ଦେଇ।

ଉତ୍ତରାଖଣ୍ଡର ହରିଦ୍ୱାରରେ ଦିଅରଙ୍କ ହତ୍ୟା ମାମଲାରେ ପୋଲିସ ତାଙ୍କ ଭାଉଜଙ୍କୁ ଗିରଫ କରିଛି। ଜୁଲାଇ 18 ତାରିଖରେ ସେହି ଅଞ୍ଚଳର ରାସ୍ତା କଡ଼ରେ ଜଣେ ଯୁବକଙ୍କ ମୃତଦେହ ମିଳିଥିଲା। ଚିହ୍ନଟ ପରେ, ମୃତକଙ୍କ ଘରେ କାନ୍ଦବୋବାଳି ଖେଳିଯାଇଥିଲା।

ମୃତକଙ୍କ ଭାଇ ହତ୍ୟା ସନ୍ଦେହ କରି ପୋଲିସରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୋଲିସ ଘଟଣାର ତଦନ୍ତ କରୁଥିଲା। ଏବେ ଏହି ମାମଲାରେ ଏକ ବଡ଼ ଖୁଲାସା ହୋଇଛି। ପୋଲିସ କହିବା ଅନୁଯାୟୀ, ଭାଉଜଙ୍କର ଅନ୍ୟ ଜଣେ ଯୁବକଙ୍କ ସହିତ ପ୍ରେମ ସମ୍ପର୍କ ଥିଲା। ସେଥିପାଇଁ ଦିଅର ତାଙ୍କ ରାସ୍ତାରେ କଣ୍ଟା ଥିଲେ।

ଦିଅରଙ୍କ ସହିତ ଜମିବାଡ଼ିକୁ ନେଇ ମଧ୍ୟ ଆଗରୁ ଝଗଡା ହୋଇଥିଲା। ଭାଉଜ ଚାଁହୁଥିଲେ ଯେ, ସମସ୍ତ ଜମିବାଡ଼ି ତାଙ୍କ ନାଁରେ କରିଦେଇ ପ୍ରେମିକ ସହ ଫେରାର ହୋଇଯିବେ। ସେଥିପାଇଁ ସେ ପ୍ରେମିକକୁ 5 ଲକ୍ଷ ଟଙ୍କା ଦେଇ ଦିଆରକୁ ମାରିଦେବା ପାଇଁ ସୁପାରୀ ଦେଇଥିଲେ।

ପ୍ରେମିକ ଛୋଟା ଏବଂ ତାର ଗୋଟେ ସାଙ୍ଗ ମିଶି ଯୁବକ ଜଣଙ୍କ ଏକା ବାଟରେ ଯାଉଥିବାର ସୁଯୋଗ ନେଇ କୁରାଢ଼ିରେ ତାଙ୍କୁ ହାଣି ମାରିଦେଇଥିଲେ। ପୋଲିସ ସେହି କୁରାଢ଼ୀ, ବାଇକ୍ ଏବଂ ମୃତକଙ୍କ ମୋବାଇଲ୍ ଜବତ କରି ସମସ୍ତଙ୍କୁ ଗିରଫ କରିଛି।