fbpx

ସବୁଜ ଦୀପାବଳି ପାଇଁ ଚିତ୍ରକଳା ଜରିଆରେ ସଚେତନ କଲେ ଦ୍ୱିତୀୟ ଶ୍ରେଣୀ ଛାତ୍ର

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ତୃତୀୟ ଶ୍ରେଣୀର ଛାତ୍ର ବୟସ ମାତ୍ର ୭ । ତେବେ ଏହି କୋମଳମତି ବୟସରେ ଦୀପାବଳିୀ ପାଇଁ ଏକ ସଚେତନତା ବାର୍ତ୍ତା ଦେଇଛନ୍ତି ଶାନ୍ତି ସ୍ୱରୂପ । ଦିନକ ପରେ ଆଲୋକର ପର୍ବ ଦୀପାବଳୀ । ଦୀପାବଳୀ ଆସିଲେ ଖେଳନା ବନ୍ଧୁକ, ଟିକିଲି ଓ ରସୁଣ ବାଣ ଆଣିବା ପାଇଁ ମାଆ ପାଖରେ ଅଝଟ କରୁଥିା ଶାନ୍ତି ସ୍ୱରୂପ କିନ୍ତୁ ଏବର୍ଷ ବାଣ ଫୁଟାଇବେ ନାହିଁ । କିନ୍ତୁ ଚଳିତବର୍ଷ ଦୀପାବଳୀରେ ମୋ ପାଇଁ ଟିକିଲିବାଣ ହେଉ କି ରସୁଣବାଣ ହେଉ ଜମା କିଣିକି ଆଣିବ ନାହିଁ । କେବଳ ଆମେ ଦୀପଜାଳି ଦୀପାବଳୀକୁ ପାଳନ କରିବା । ଏକଥା କେବଳ ଚିତ୍ରରେ ନୁହେଁ, ବାସ୍ତବିକ ସାତବର୍ଷର ବାଳକ ଶାନ୍ତନୁ ତା’ର ବାପାକୁ ଅନୁରୋଧ କରିଛି । ଏ ସମ୍ପର୍କରେ ପିତା କାହିଁକି ପ•ରିବାରୁ ସେ ଆଖି ଛଳଛଳ କରି କହିଥିଲା, ବାପା ଟିଭିରେ ଦେଖିଥିଲି ଡ଼ାକ୍ତର ସାର୍ କହୁଥିଲେ ବାଣ ଫୁଟାଇଲେ କରୋନା ପୁଣି ଆସିବ । ମୋର ଗୋଟିଏ ବୋଲି ମାମୁଁ ଥିଲା ଯେ, ତାଙ୍କୁ କରୋନା ନେଇଗଲା । ମୁଁ ମାମୁଁ ବୋଲି ଆଉ ଡ଼ାକିପାରୁନି । ସେହିପରି ଯଦି କରୋନା ପୁଣି ଆସେ, ପୁଣି ଯଦି କାହାକୁ ନେଇଯାଏ ।

ଏହି ବାଳକ ଜଣକ ହେଉଛନ୍ତି ଭୁବନେଶ୍ୱର ପୋଖରୀପୁଟ ଅଞ୍ଚଳରେ ରହୁଥିବା ସାମାଜିକ କର୍ମୀ ତଥା ପରିବେଶବିତ୍ ସୁଶାନ୍ତ ସାହୁଙ୍କ ପୁତ୍ର ଶାନ୍ତନୁ ଶାନ୍ତିସ୍ପରୂପର ମନର କଥା । ନିଜେ ରଙ୍ଗ, ତୂଳୀରେ ସବୁଜ ହୃଦୟ ତିଆରି କରି ତା’ମଧ୍ୟରେ ଇଂରାଜୀ ଭାଷାରେ ପାପା ଡ଼ୋଣ୍ଟ୍ ବାଏ କ୍ରାକରସ୍ ଫର୍ ମି ଲେଖି ସବୁଜ ଦୀପାବଳୀ ପାଳନ କରିବା ପାଇଁ ଏକ ନିଆରା ବାର୍ତ୍ତା ଦେଇଛନ୍ତି । ଶାନ୍ତନୁଙ୍କ ଏହି ପ୍ରୟାସକୁ ବିଭିନ୍ନ ମହଲରେ ପ୍ରଶଂସା କରାଯିବା ସହ ଏବେ ସୋସିଆଲ୍ ମିଡ଼ିଆରେ ଅନେକ ଏହାକୁ ପସନ୍ଦ କରିଥିବାର ଜଣାପଡ଼ିଛି ।

Get real time updates directly on you device, subscribe now.