fbpx

ଆଜି ୫୧,୦୦୦ ଜଣଙ୍କୁ ମିଳିବ Appointment Letter: ୪୫ଟି ଜାଗାରେ ହେବ ରୋଜଗାର ମେଳା

ନୂଆଦିଲ୍ଲୀ: ୧୦ ଲକ୍ଷ କର୍ମଚାରୀଙ୍କ ଭର୍ତ୍ତି ପାଇଁ ଜାରି ରହିଥିବା ରୋଜଗାର ମେଳା ଅଭିଯାନରେ ଆଜି ଆଉ ଏକ ଐତିହାସିକ କାହାଣୀ ଲେକିବେ ପ୍ରଧାନମନ୍ତ୍ରୀ । ନୂଆ କରି ନିଯୁକ୍ତି ପାଇଥିବା ୫୧,୦୦୦ରୁ ଅଧିକ ଯୁବକ-ଯୁବତୀଙ୍କୁ ଆଜି ନିଯୁକ୍ତି ପତ୍ର ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏ ନେଇ ପିଏମ ଅଫିସରୁ ଏକ ସୂଚନା ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ଦେଶର ୪୫ଟି ସ୍ଥାନରେ ଏହି କାର୍ଯ୍ୟକ୍ରମ ଆୟୋଜନ ହେବ । ଏହି ରୋଜଗାର ମେଳାରେ CRPF, BSF, SSB, ଆସାମ ରାଇଫଲ୍ସ, ସମେତ CISF, ITBP ଏବଂ NCB ସହ ଦିଲ୍ଲୀ ପୋଲିସରେ ମଧ୍ୟ ନିଯୁକ୍ତି ପାଇପାରିବେ ଯୁବକ-ଯୁବତୀ ।

ଦେଶର ବିଭିନ୍ନ ସ୍ଥାନରୁ ନୂତନ ଭାବେ ମନୋନୀତ କର୍ମଚାରୀମାନେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅଧୀନରେ ଥିବା ବିଭିନ୍ନ ସଂଗଠନରେ କନଷ୍ଟେବଳ (ଜେନେରାଲ୍ ଡ୍ୟୁଟି), ସବ୍-ଇନ୍ସପେକ୍ଟର (ଜେନେରାଲ୍ ଡ୍ୟୁଟି) ଏବଂ ଅଣ-ଜେନେରାଲ୍ ଡ୍ୟୁଟି କ୍ୟାଡର ପଦବୀରେ ଯୋଗଦେବେ। ପିଏମଓ କହିଛି ଯେ ସିଏପିଏଫ ସହିତ ଦିଲ୍ଲୀ ପୋଲିସକୁ ମଜବୁତ କରିବା ଦ୍ୱାରା ଆଭ୍ୟନ୍ତରୀଣ ସୁରକ୍ଷା, ଆତଙ୍କବାଦ ମୁକାବିଲା, ବିଦ୍ରୋହର ମୁକାବିଲା, ବାମପନ୍ଥୀ ଉଗ୍ରବାଦ ଇତ୍ୟାଦିକୁ ମୁକାବିଲା କରିବା ଏବଂ ଦେଶର ସୀମା ରକ୍ଷା କରିବାରେ ସାହାଯ୍ୟ କରିବ ।

ସୂଚନା ଅନୁସାରେ ଅଗଷ୍ଟ ୨୮ରେ ଏଥିପାଇଁ କାର୍ୟ୍ୟକ୍ରମର ଆୟୋଜନ କରାଯିବା ନେଇ ପୂର୍ବାରୁ ଘୋଷଣା ହୋଇଥିଲା । ଏହା ପୂର୍ବରୁ ଜୁଲାଇ ୨୨ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୭୦,୦୦୦ରୁ ଅଧିକ ନିଯୁକ୍ତି ପତ୍ର ବିତରଣ କରିଥିଲେ । ସୀମା ସୁରକ୍ଷା ବଳ ପକ୍ଷରୁ କୁହାଯାଇଛି ଯେ, କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀ ଆଜି ଏହି ଅବସରରେ ନୂଆ ନିଯୁକ୍ତି ପାଇଥିବା ଯୁବକ-ଯୁବତୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟିବେ । ବିଏସ୍ଏଫ ପଞ୍ଜାବ ଫ୍ରଣ୍ଟିଏର କହିଛି ଯେ, ନିଯୁକ୍ତି ପତ୍ର ବିତରଣର ଅଷ୍ଟମ କିସ୍ତି କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀଙ୍କ ଉପସ୍ଥିତିରେ ଜଳନ୍ଧରରେ ଦିଆଯିବ । ପ୍ରଧାନମନ୍ତ୍ରୀ ମୋଦୀ ଏହି କାର୍ୟ୍ୟକ୍ରମକୁ ଭର୍ଚୁଆଲ ପ୍ଲାଟଫର୍ମରେ ସମ୍ୱୋଧିତ କରିବେ ।

Get real time updates directly on you device, subscribe now.