fbpx

ସନ୍ଧ୍ୟା ୬.୫୫ରେ ଭାରତରେ ପହଞ୍ଚିବେ ଆମେରିକା ରାଷ୍ଟ୍ରପତି : ‘ଦ ବିଷ୍ଟ’ ଗାଡିରେ ଯାତ୍ରା କରିବେ ଜୋ ବାଇଡେନ

ନୂଆଦିଲ୍ଲୀ : ଜି୨୦ ସମ୍ମୀଳନୀ ପାଇଁ ଦିଲ୍ଲୀ ପ୍ରସ୍ତୁତ ହୋଇସାରିଛି । ବିଦେଶୀ ଅତିଥି ଏବେ ଗୋଟିଏ ଗୋଟିଏ ହୋଇ ଦିଲ୍ଲୀରେ ପହଞ୍ଚିବା ଆରମ୍ଭ କରିଛନ୍ତି । ୯-୧୦ ତାରିଖରେ ଏହି ସମ୍ମିଳନୀ ଆୟୋଜନ କରାଯିବ । ଏହି କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଆମେରିକାର ରାଷ୍ଟ୍ରପତି ଶୁକ୍ରବାର ସନ୍ଧ୍ୟା ୬.୫୫ ରେ ପହଞ୍ଚିବେ । ତେବେ ତାଙ୍କ ସ୍ୱାଗତ କରିବା ପାଇଁ ଏୟାପୋର୍ଟରେ ବି.କେ ସିଂ ରହିବେ । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଦିଲ୍ଲୀରେ ୩ ଦିନ ରହିବେ । ତାଙ୍କ ସୁରକ୍ଷା ପାଇଁ ଅନେକ ବ୍ୟବସ୍ଥା କରାଯାଇଛି ।

ଆମେରିକା ରାଷ୍ଟ୍ରପତିଙ୍କ ବିମାନ ଦିଲ୍ଲୀରେ ସନ୍ଧ୍ୟା ୬.୫୫ରେ ଲ୍ୟାଣ୍ଡ କରିବ । ଏହା ପରେ ସେ ତାଙ୍କ ବିଷ୍ଟ ଗାଡିରେ ହେଟେଲକୁ ଯାତ୍ରା କରିବେ । ଏହି କାରକୁ ଆମେରିକାର ରାଷ୍ଟ୍ରପତିଙ୍କ ପାଇଁ ସ୍ୱତନ୍ତ୍ର ଭାବରେ ତିଆରି କରାଯାଇଛି । ସେ ଯେଉଁଠାକୁ ଯାଆନ୍ତି ଏହି ଗାଡିକୁ ତାଙ୍କ ସାଙ୍ଗରେ ନେଇ ଯାଇଥାନ୍ତି । ତାଙ୍କ ଗାଡି ସହିତ ମୋଟ ୫୦ଟି ଗାଡି ସାଙ୍ଗରେ ରହିବ । ତାଙ୍କ ରହିବା ପାଇଁ ଧୋଲା କୁଆଁରେ ଥିବା ଆଇଟିସି ହେଟେଲରେ ବ୍ୟବସ୍ଥା କରାଯାଇଛି । ଏହି ହେଟେଲରେ ପୂର୍ବରୁ ରୁମ ବୁକ ହୋଇସାରିଛି । ଏହି ହେଟେଲରେ ଆଗରୁ ଆମେରିକାର ଅନେକ ରାଷ୍ଟ୍ରପତି ରହିଛନ୍ତି ।

ତେବେ ଦୁନିଆର ସୁପର ପାୱାର କୁହାଯାଉଥିବା ଆମେରିକାର ରାଷ୍ଟ୍ରପତିଙ୍କ ଉପରେ ମଧ୍ୟ ଶଙ୍କଟ ଥାଏ । ତେବେ ତାଙ୍କ ସୁରକ୍ଷା ପାଇଁ ଅନେକ ବ୍ୟବସ୍ଥା କରାଯାଇଛି । ହେଟେଲରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସେଠାରେ ପ୍ରତି ଫ୍ଲୋରରେ ଆମେରିକାର ସିକ୍ରେଟ ସର୍ବିସ ବ୍ୟବସ୍ଥା କରାଯାଇଛି ।

ହୋଟେଲ ଏବଂ ସମ୍ମିଳନୀ ପର୍ଯ୍ୟନ୍ତ ରାଷ୍ଟ୍ରପତିଙ୍କ ଗନ୍ତବ୍ୟ ସ୍ଥଳକୁ ସୁରକ୍ଷା କର୍ମୀ ତାଙ୍କ ନଜରରେ ରଖିଛନ୍ତି । ଏହା ଛଡା ଯେତେବେଳେ ରାଷ୍ଟ୍ରପତି ହେଟେଲରୁ ପ୍ରଗତି ମଇଦାନ ଯିବେ ସେହି ସମୟରେ ରାସ୍ତାକୁ ସମ୍ପୂର୍ଣ୍ଣଭାବରେ ବନ୍ଦ କରାଯିବ ବୋଲି ନିର୍ଦ୍ଦେଶ ହୋଇଛି ।

Get real time updates directly on you device, subscribe now.