ବୁଧବାର ବଢିଲା ସୁନା ଦର, ଜାଣନ୍ତୁ ୨୨ କ୍ୟାରେଟ ଗୋଲ୍ଡ ରେଟ କେତେ ରହିଛି

ଆଜି ଫେବୃଆରୀ 5 ତାରିଖରେ ବଢିଗଲା ସୁନା ଦର, ଜାଣନ୍ତୁ..

ଭୁବନେଶ୍ୱର: ଆଜି ଭୁବନେଶ୍ୱରରେ ବଢିଲା ସୁନା ଦର । ବର୍ତ୍ତମାନ ବିବାହ ସିଜନ ଲାଗି ରହିଛି । ଏହି ସମୟରେ ଲୋକେ ସୁନା ଗହଣା କିଣିବାରେ ବ୍ୟସ୍ତ ଅଛନ୍ତି । ହେଲେ ଏହି ସିଜନରେ ସୁନା ଦରରେ ବୃଦ୍ଧି ମଧ୍ୟବିତଙ୍କ ଚିନ୍ତାର କାରଣ ସାଜିଛି । ଆସନ୍ତୁ ଜାଣିବା ଆଜିର ସୁନା ଦର କେତେ ରହିଛି ।

୨୨ କ୍ୟାରେଟ ସୁନା: ଆଜି ଭୁବନେଶ୍ୱରରେ 22 କ୍ୟାରେଟ ସୁନା ଦର 1 ଗ୍ରାମ ପିଛା 7 ହଜାର 811 ଟଙ୍କା ଥିବା ବେଳେ 10 ଗ୍ରାମ ପିଛା 78 ହଜାର 110 ଟଙ୍କା ରହିଛି ।

ଗତକାଲି ଏହି ମୂଲ୍ୟ ୧ ଗ୍ରାମ ପିଛା 7 ହଜାର 810 ଟଙ୍କା ଥିବା ବେଳେ 10 ଗ୍ରାମ ପିଛା 78 ହଜାର 100 ଟଙ୍କା ରହିଥିଲା । ଯାହାକି ୧ ଗ୍ରାମରେ 1 ଟଙ୍କା ବଢିଛି ଏବଂ 10 ଗ୍ରାମ ପିଛା 10 ଟଙ୍କା ବଢିଯାଇଛି ।

୨୪ କ୍ୟାରେଟ: ଆଜି ଭୁବନେଶ୍ୱରରେ 24 କ୍ୟାରେଟ ସୁନା ଦର 1 ଗ୍ରାମ ପିଛା 8 ହଜାର 521 ଟଙ୍କା ଥିବା ବେଳେ ୧୦ ଗ୍ରାମ ପିଛା 85 ହଜାର 210 ଟଙ୍କା ରହିଛି ।

ଗତକାଲି ଏହି ମୂଲ୍ୟ 1 ଗ୍ରାମ ପିଛା 8 ହଜାର 520ଟଙ୍କା ଥିବା ବେଳେ ୧୦ ଗ୍ରାମ ପିଛା 85 ହଜାର 200 ଟଙ୍କା ରହିଥିଲା । ଯାହାକି ୧ ଗ୍ରାମରେ 1 ଟଙ୍କା ବଢିଛି ଏବଂ ୧୦ ଗ୍ରାମ ପିଛା10 ଟଙ୍କା ବଢିଯାଇଛି ।