fbpx

ଆଜି ଖୋଲିବ ଗ୍ଲୋବାଲ୍ ଟେଣ୍ଡର

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ପୂର୍ବାହ୍ଣ ୧୧ଟାରେ ଖୋଲିବ ଟିକାକରଣ ନେଇ ଗ୍ଲୋବଲ୍ ଟେଣ୍ଡର । ରାଜ୍ୟ ସରକାରଙ୍କୁ କେଉଁ କେଉଁ କମ୍ପାନି ଟିକା ଦେବେ ସେ ସଂକ୍ରାନ୍ତରେ ଆଜି ସନ୍ଧ୍ୟା ୫ଟାରେ ଜଣାପଡ଼ିବ । ପ୍ରଥମେ ସକାଳ ୧୧ଟାରେ ଟେକ୍ନିକାଲ୍ ବିଡ୍ ଖୋଲାଯିବ ଏବଂ ତାପରେ ଫାଇନାନସିଆଲ୍ ବିଡ୍ ଖୋଲାଯିବ । ରାଜ୍ୟରେ ଟିକାର ଅଭାବ ଦେଖାଦେଇଥିବାରୁ ରାଜ୍ୟ ସରକାର ଗ୍ଲୋବାଲ୍ ଟେଣ୍ଡର ଡାକିଥିଲେ । ଏଥିରେ ଅଧିକୁ ଅଧିକ କମ୍ପାନିକୁ ଆକୃଷ୍ଟ କରିବାପାଇଁ ଟେଣ୍ଡର ସର୍ତ୍ତରେ ପରିବର୍ତ୍ତନ କରାଯାଇଥିଲା ।

ତେବେ ମେ ୧୫ ତାରିଖରେ ରାଜ୍ୟ ସରକାର ଟିକାର ଅଭାବର ଦୂରୀକରଣ ପାଇଁ ବିଶ୍ୱର ଅଗ୍ରଣୀ ଟିକା ପ୍ରସ୍ତୁତକାରୀ କମ୍ପାନିମାନଙ୍କଠାରୁ ୩.୮ କୋଟି ଟିକା କିଣିବା ପାଇଁ ଗ୍ଲୋବାଲ୍ ଟେଣ୍ଡର ଆରମ୍ଭ କରିଥିଲେ ରାଜ୍ୟ ସରକାର।

Get real time updates directly on you device, subscribe now.