fbpx

ଆଜି ଟି-୨୦ ବିଶ୍ୱକପ ଟାଇଟେଲ ଲଢେଇ, ଭାରତ ଏବଂ ଦକ୍ଷିଣ ଆଫ୍ରିକା ମୁହାଁମୁହିଁ

Advertisement

ନୂଆଦିଲ୍ଲୀ: ଆଜି ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବ ଟି-୨୦ ବିଶ୍ୱକପର ଟାଇଟେଲ ଲଢେଇ । ଆଜି ଦୁଇଦଳ ହେବେ ଆମନାସାମନି । ଏନେଇ କ୍ରିକେଟ ପ୍ରଶଂସକମାନଙ୍କ ଭିତରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ଆଇସିସି ଫାଇନାଲ ଇଭେଣ୍ଟ ମ୍ୟାଚରେ ପ୍ରଥମ ଥର ଫାଇନାଲରେ ପହଞ୍ଚିଛି ଦକ୍ଷିଣ ଆଫ୍ରିକା ଟିମ୍ । କିଏ ମାରିବ ବାଜି ସେନେଇ ଆଜିର ମ୍ୟାଚ ଉପରେ ନଜର ରଖିଛନ୍ତି ପ୍ରଶଂସକ। ସୂଚନା ଅନୁସାରେ, ଆଜି ରାତି ୮ଟାରେ ବାରବାଡୋସରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଇସିସି ଟି-୨୦ ବିଶ୍ୱକପ ଅନ୍ତିମ ମ୍ୟାଚ ଖେଳାଯିବ ।

ଏହି ବାରବାଡୋସ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ନେଇ ପାଣିପାଗ ବିଭାଗ ସୂଚନା ରହିଛି । ଯାହା ପରେ କ୍ରିକେଟ୍ ପ୍ରଶଂସକମାନଙ୍କୁ ଚିନ୍ତାରେ ପକାଇଥିଲା ମ୍ୟାଚ୍ ସମୟରେ ବର୍ଷା ହେବା ଖବର । ଯଦି ବର୍ଷା ହୁଏ ତେବେ ପରଦିନ ଅର୍ଥାତ ରବିବାର ଦିନ ମ୍ୟାଚ୍ ଅନୁଷ୍ଟିତ ହେବ । ଏନେଇ ଆଇସିସିର ସ୍ପଷ୍ଟିକରଣ ପରେ ପ୍ରଶଂସକମାନଙ୍କ ମନରେ ଖୁସି ଦେଖିବାକୁ ମିଳିଛି ।

Get real time updates directly on you device, subscribe now.