fbpx

ସଫେଇ କର୍ମଚାରୀଙ୍କ ପାଇଁ ଉତ୍ସର୍ଗୀକୃତ ଦିନଟିଏ

ଓଡ଼ିଶା ଭାସ୍କର ବ୍ୟୁରୋ: ଆଜି ହେଉଛି ବିଶ୍ୱ ସଫେଇ କର୍ମୀ ଦିବସ । ପ୍ରତିବର୍ଷ ଜୁନ୍ ୧୭ ତାରିଖରେ ସେହି ମାନଙ୍କୁ ସମ୍ମାନିକ କରାଯାଏ ଯେଉଁ ମାନେ ପ୍ରତିଦିନ ଆମ ଘର ପାଖକୁ ଆସି ମାଗଣାରେ ଘରର ଅଳିଆ ଆବର୍ଜନା ନିଅନ୍ତି । ଆଉ ଆମ ଆଖପାଖ ପରିବେଶକୁ ଳସଫା ଏବଂ ସ୍ୱଚ୍ଛ ରଖନ୍ତି । ଅଳିଆ ନେବାକୁ ଆସୁଥିବା ଏହି ମହିଳା ଏବଂ ପୁରୁଷ ମାନେ ଅହରହ ଭାବରେ ନିଜର କାମ କରନ୍ତି । ସେ ବାତ୍ୟା ହେଉକି ବନ୍ୟା କି କୌଣସି ପର୍ବପର୍ବାଣୀ ସବୁ ଦିନ ସେମାନେ ନିଜ କାମକୁ ପରିଚାଳନା କରନ୍ତି । ଯଦି ଆମେ ପ୍ରକୃତି ଦୃଷ୍ଟିରୁ ଦେଖିବାକୁ ତେବେ ସେମାନେ ଏକ ମହାନ୍ କାମ କରୁଛନ୍ତି । ଯାହା ହେଉଛି ଅଳିଆ ପଡିରହିବା ଦ୍ୱାରା ସୃଷ୍ଟି ହେଉଥିବା ଭୁତାଣୁ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଅହିତକର ବ୍ୟାକ୍ଟେରିଆରୁ ସେମାନେ ଆମକୁ ରକ୍ଷା କରନ୍ତି । ତେଣୁ ପରୋକ୍ଷରେ କହିଲେ ସେମାନଙ୍କ କାମ ଅତୁଳନୀୟ । ସାଧାରଣତଃ ଆମେ ମାନେ ବିଭିନ୍ନ ସମୟରେ ଅଳିଆ ଉଠାଇବାକୁ କୁଣ୍ଠାପ୍ରକାଶ କରୁ କିନ୍ତୁ ସେମାନେ ଏହାକୁ ନିଜ କର୍ତ୍ତବ୍ୟ ଭାବି ତୁଲାଇଥାନ୍ତି ।

ଗ୍ଲୋବାଲ୍ ସଫେଇ କର୍ମୀ ଦିବସ ୨୦୧୧ ମସିହାରେ ଆରମ୍ଭ ହୋଇଥିଲା । ଆଉ ଏହାକୁ ଆରମ୍ଭ କରିଦେଇଥିଲେ ଜନ୍ ଅରଉଡ୍ । ସେ ଜଣେ ଆକେରିକାନ୍ ବ୍ୟବସାୟୀ ହୋଇଥିବା ବେଳେ ଜେଡିଏ ନାମକ ଏକ କମ୍ପାନୀର ସେ ସିଇଓ ଅଟନ୍ତି । ଯିଏକି ଅଳିଆ ଆବର୍ଜନାକୁ ଫୋପାଡିବା ଠାରୁ ଆରମ୍ଭ କରି ସେଗୁଡିକୁ କିପରି ନଷ୍ଟ କରିବା, ଏହି ଦିଗକୁ ନେଇ କାମ କରନ୍ତି । ତାଙ୍କର ଛୋଟ ବେଳରୁ ହିଁ ପ୍ରକୃତିକୁ ସଫା ରଖିବା ପ୍ରତି ଆକର୍ଷଣ ଜାଗି ଉଠିଥିଲା । ଆଉ ବଡ ହେବା ପରେ ସେ ସେହି ଇଚ୍ଛାକୁ ପେସାରେ ପରିବର୍ତ୍ତନ କରିଛନ୍ତି । ତାଙ୍କ ବ୍ୟବସାୟ ବିଭିନ୍ନ ଦେଶରେ ଭଲ ବଢ଼ିବାରୁ ସେ ଅତ୍ୟନ୍ତ ଖୁସି ଥିଲେ । ହେଲେ ସେ ଅନୁଭବ କରିଥିଲେ ଯେ, ଅଳିଆକୁ ହାତରେ ଉଠାଇ ଗଳି କନ୍ଦିକୁ ସଫା କରୁଥିବା ସଫେଇ କର୍ମୀଙ୍କୁ ଖୁବ୍ ହେୟଜ୍ଞାନ କରାଯାଉଛି । ତେଣୁ ସେ ଏହାକୁ ଲକ୍ଷ୍ୟରେ ରଖି ଏହି ଦିନକୁ ଆରମ୍ଭ କରିଥିଲେ ।

କାରଣ ସଫେଇ କର୍ମୀ ମାନେ ଖୁବ୍ ବିପଦଜନକ ପରିସ୍ଥିତିରେ ଅଳିଆ ଆବର୍ଜନା ଉଠାନ୍ତି । ଯେହେତୁ ଅଳିଆରେ ଅନେକ ପ୍ରକାରର କଠିନ ଠାରୁ ଆରମ୍ଭ କରି କେମିକାଲ୍ ବସ୍ତୁ ରହିଥାଏ । ଯାହା ଶରୀର ପ୍ରତି ହାନିକାରକ ହୋଇପାରେ କିନ୍ତୁ ସଫେଇ କର୍ମୀ ମାନେ ତାକୁ ଧ୍ୟାନ ନ ଦେଇ ନିଜ କାମକୁ ଖୁବ୍ ଭଲ ଭାବରେ କରନ୍ତି । ତେବେ ଅରଉଡ୍ ଙ୍କ ଏହି ପ୍ରୟାସକୁ ବିଭିନ୍ନ ସ୍ଥାନରୁ ପ୍ରଶଂସା କରାଯାଇଥିଲା । ତେଣୁ ଏହି ଦିନର ତାତ୍ପର୍ଯ୍ୟ ହେଉଛି କୌଣସି ସଫେଇ କର୍ମୀଙ୍କୁ ଖରାପ ବ୍ୟବହାର ନକରି ସେମାନଙ୍କୁ ସମ୍ମାନିତ କରିବା ଏବଂ ସେମାନଙ୍କ କାମ କରିବାରେ ସହଯୋଗ କରିବା ।

Get real time updates directly on you device, subscribe now.