fbpx

୩୧ ଜୁଲାଇ ସୁଦ୍ଧା CBSE ଦ୍ୱାଦଶ ରେଜଲ୍ଟ, ଜାଣନ୍ତୁ କିପରି ଦିଆଯିବ ମାର୍କ?

ନୂଆଦିଲ୍ଲୀ: CBSE ବୋର୍ଡର ଦ୍ୱାଦଶ ମାର୍କସିଟ୍ ପ୍ରସ୍ତୁତ କରିବାକୁ ନେଇ ଗଠିତ ୧୩ ଜଣିଆ କମିଟି ଗୁରୁବାର ଦିନ ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ କରିଛି । ସୁପ୍ରିମକୋର୍ଟରେ ମୂଲ୍ୟାୟନର ରୂପରେଖ ଉପସ୍ଥାପନ କରିଛି ସିବିଏସଇ । ୩୦:୩୦:୪୦ ଅନୁପାତରେ ମାର୍କ ଦିଆଯିବ ବୋଲି ଜଣାଇଛି ସିିବିଏସଇ । ସିବିଏସଇ କହିଛି ଯେ, ଦଶମ, ଏକାଦଶ ଓ ଦ୍ୱାଦଶର ପ୍ରି ବୋର୍ଡର ଫଳାଫଳ ଦ୍ୱାଦଶ ଫାଇନାଲ ରେଜଲ୍ଟର ଆଧାର ହେବ । ସୁପ୍ରିମକୋର୍ଟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଟର୍ଣ୍ଣିଂ ଜେନେରାଲ କହିଛନ୍ତି ଯେ, ଜୁଲାଇ ୩୧ ତାରିଖରେ ସିବିଏସଇର ରେଜଲ୍ଟ ପ୍ରକାଶ ପାଇବ ।

ତେବେ ସିବିଏସଇ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ବିକଳ୍ପ ମୂଲ୍ୟାୟନ ପଦ୍ଧତି ପ୍ରସଙ୍ଗରେ ଦାଖଲ ହୋଇଥିବା ରିପୋର୍ଟ ମୁତାବକ, ଦଶମରୁ ୩୦%, ଏକାଦଶ ପ୍ରଦର୍ଶନରୁ ୩୦% ନମ୍ବର ଦିଆଯିବ । ଦଶମ ଓ ଏକାଦଶର ୩ଟି ଲେଖାଏଁ ବିଷୟର ସର୍ବାଧିକ ନମ୍ବର ବିଚାର ହେବ । ଦ୍ୱାଦଶ ଶ୍ରେଣୀ ୟୁନିଟ୍, ଟର୍ମ ଓ ପ୍ରାକ୍ଟିକାଲରୁ ୪୦% ନମ୍ବର ଦିଆଯିବ । ବିକଳ୍ପ ମୂଲ୍ୟାୟନ ପଦ୍ଧତି ରିପୋର୍ଟ ନେଇ କୋର୍ଟରେ ଶୁଣାଣି ଜାରି ରହିଛି । ସୁପ୍ରିମକୋର୍ଟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ତଥ୍ୟ ଦାଖଲ ହୋଇଛି । ଲ୍ୟାୟନ ଫର୍ମାଟରେ ତାଙ୍କର କୌଣସି ଆପତ୍ତି ନଥିବା କହିଛନ୍ତି ସୁପ୍ରିମକୋର୍ଟ ।

Get real time updates directly on you device, subscribe now.