fbpx

ରତ୍ନବେଦୀକୁ ବାହୁଡ଼ିବେ ନୀଳାଦ୍ରୀପତି, ମାତା ଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରିବେ ମହାପ୍ରଭୁ

ପୁରୀ: ଆଜି ମହାପ୍ରଭୁଙ୍କ ନୀଳାଦ୍ରୀ ବିଜେ । ଜନ୍ମ ବେଦୀରେ ଲୀଳା ଖେଳା ସାରି ନୀଳକନ୍ଦରକୁ ବାହୁଡ଼ି ଯିବେ ନୀଳାଦ୍ରୀନାଥ । ଆଜି ଶ୍ରୀଜିଉଙ୍କ ଘୋଷଯାତ୍ରାର ଅନ୍ତିମ ଦିନ । ଏହି ଦିନ ଗୋଟି ପହଣ୍ଡିରେ ରଥରୁ ଓହ୍ଲାଇ ବଡ଼ ଦେଉଳକୁ ବିଜେ କରିଥାନ୍ତି ଚତୁର୍ଦ୍ଧା ମୂର୍ତ୍ତି । ସନ୍ଧ୍ୟା ଧୂପ ସରିଲା ପରେ ଅପରାହ୍ନରେ ପୁଷ୍ପାଞ୍ଜଳି ପରେ ୪ଟାରେ ପହଣ୍ଡି ଆରମ୍ଭ ହେବ । ତେବେ ରାତି ୧୦ ସୁଦ୍ଧା ପହଣ୍ଡି ଶେଷ କରିବା ପାଇଁ ସମୟ ନିର୍ଦ୍ଧାରଣ କରାଯାଇଛି । ଆଜି ଶ୍ରୀମନ୍ଦିରରେ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

ନୀଳାଦ୍ରୀ ବିଜେ ଅବସରରେ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ମାନବୀୟ ଲୀଳା ଖେଳାର ଏକ ଅନନ୍ୟ ନିଦର୍ଶନ ଦେଖିବାକୁ ମିଳିଥାଏ । ପତ୍ନୀଙ୍କୁ ସାଥିରେ ନନେଇ ରଥଯାତ୍ରାରେ ଯାଇଥିବାରୁ ମହାପ୍ରଭୁଙ୍କ ଉପରେ ଅଭିମାନ କରିଥାନ୍ତି ମହାଲକ୍ଷ୍ମୀ । କାଳିଆ ସାଆନ୍ତ ବଡ଼ ଦେଉଳ ଭିତରକୁ ପ୍ରବେଶ କରିବା ସମୟରେ କ୍ରୋଧରେ ମାତା ଲକ୍ଷ୍ମୀ ଦ୍ୱାର ବନ୍ଦ କରିଦେଇଥାନ୍ତି । ଏହି ସମୟରେ ମାତା ଲକ୍ଷ୍ମୀଙ୍କ ମାନଭଞ୍ଜନ କରିବା ପାଇଁ ମହାପ୍ରଭୁ ସାଙ୍ଗରେ ରସଗୋଲା ଆଣିଥାନ୍ତି । ଏହି ରସଗୋଲା ଭୋଗ ହେବା ପରେ ମହାପ୍ରଭୁ ରତ୍ନସିଂହାସନ ବିଜେ ପାଇଁ ସିଂହଦ୍ୱାରା ଖୋଲିଥାଆନ୍ତି ମା’ ଲକ୍ଷ୍ମୀ ସାଆନ୍ତାଣୀ ।

Get real time updates directly on you device, subscribe now.