ଦୁଇ ବୀରପୁତ୍ରଙ୍କୁ ସମ୍ମାନ ଜଣାଉଛି ଦେଶ, ଆଜି ନେତାଜୀ ସୁବାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ପୁଣ୍ୟ ଜୟନ୍ତୀ

ଆଜି ଦୁଇ ଓଡ଼ିଆ ବୀରପୁତ୍ର ନେତାଜୀ ସୁବାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ। ପାଳୁଛି ସାରା ଦେଶ..

ଓଡ଼ିଶା ଭାସ୍କର: ଆଜିର ପୁଣ୍ୟ ତିଥିରେ ଓଡ଼ିଆ ବୀରପୁତ୍ର ନେତାଜୀ ସୁବାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ। ଏହି ଦୁଇ ଯୋଦ୍ଧା ଭାରତର ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇ ଭାରତର ସ୍ୱାଧୀନତା ଆଣିବାରେ ସାହାଯ୍ୟ କରିଥିଲେ। ଏହି ଦୁଇ ବୀରପୁତ୍ରଙ୍କ ମହାନ କାର୍ଯ୍ୟ ଏବଂ ନେତୃତ୍ୱ ଆଜି ସେମାନଙ୍କୁ ଅମର ରଖିଛି।

ନେତାଜୀ ସୁବାଷ ଚନ୍ଦ୍ର ବୋଷ: ଆଜି ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ। ଏଥିପାଇଁ ପାଳିତ ହେବ ଜାତୀୟ ସ୍ତରୀୟ ପରାକ୍ରମ ଦିବସ। କଟକରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ ହୋଇଛି।

ନେତାଜୀଙ୍କ ଜନ୍ମସ୍ଥାନରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଓଡ଼ିଆ ବଜାର ସ୍ଥିତ ନେତାଜୀଙ୍କ ଜନ୍ମପୀଠ ଓ ସଂଗ୍ରହାଳୟ ସଜେଇ ହୋଇଛି। ନେତାଜୀ ୧୮୯୭ ମସିହା ଜାନୁଆରୀ ୨୩ ତାରିଖରେ କଟକର ଓଡ଼ିଆବଜାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ମୃତ୍ୟୁ କେବେ ହୋଇଥିଲା ଆଜି ବି ତାହା ଅସ୍ପଷ୍ଟ ରହିଛି।

ବୀର ସୁରେନ୍ଦ୍ର ସାଏ: ଆଜି ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତି। ଜୟନ୍ତି ଅବସରରେ ସମ୍ବଲପୁରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ସେ ୨୩ ଜାନୁଆରୀ ୧୮୦୯ ମସିହାରେ ସମ୍ବଲପୁରର ବରଗଁରେ ଜନ୍ମ ଗ୍ରହଣ କରିଥିଲେ।

ଭାରତରେ ସେ ଜଣେ ଅଗ୍ରଣୀ ସ୍ୱାଧୀନତା ସଂଗ୍ରାମୀ ଥିଲେ। ଇଂରେଜ ମାନଙ୍କ ବିରୋଧରେ ଆନ୍ଦୋଳନ କରି ସେ ନିଜ ଜୀବନର ମୋଟ ୭୫ ବର୍ଷ ମଧ୍ୟରୁ ୩୬ ବର୍ହକାଳ କାରାଗାରରେ କାଟିଥିଲେ। ୧୮୮୪ ଫେବୃଆରୀ ୨୮ ତାରିଖରେ ତାଙ୍କର ମଧ୍ୟପ୍ରଦେଶର ଅସୁରଗଡ ଦୁର୍ଗରେ ପରଲୋକ ଘଟିଥିଲା।