fbpx
BSKY
BJD YOUTH SKY
BJD MS SKY

ଆଜି ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା: ମନ୍ଦିର ପ୍ରାଙ୍ଗଣରେ ଶ୍ରଦ୍ଧାଳୁଙ୍କ ଭିଡ

ଭୁବନେଶ୍ୱର: ଅନେକ ଦିନର ଅପେକ୍ଷାର ଆଜି ଅନ୍ତ ଘଟିଛି । ବହୁ ଦିନ ପରେ ପ୍ରଭୁ ଲିଙ୍ଗରାଜ ଆଜି ରୁକୁଣା ରଥରେ ଶୋଭା ପାଇବେ । କାରଣ ଆଜି ହେଉଛି ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କର ପବିତ୍ର ରୁକୁଣା ରଥଯାତ୍ରା । ସେଥିପାଇଁ ମନ୍ଦିର ପ୍ରାଙ୍ଗଣକୁ ଲାଗିଛି ଶ୍ରଦ୍ଧାଳୁଙ୍କ ଲମ୍ବା ଭିଡ । ପ୍ରଭୁଙ୍କ ରଥ ଟାଣି ଜନ୍ମ ଜନ୍ମର ପାପ ଧୋଇବା ସହ କିଛି ପୂଣ୍ୟ ଅର୍ଜନ କରିବା ପାଇଁ ଏହି ଦିନକୁ ଅପେକ୍ଷା କରିଥିଲେ ଶ୍ରଦ୍ଧାଳୁ । ଆଉ ଆଜି ଲୋକମାନଙ୍କ ଦୁଃଖ ବୁଝିବା ପାଇଁ ମନ୍ଦିରରୁ ବାହାରିବେ ପ୍ରଭୁ ଶ୍ରୀ ଲିଙ୍ଗରାଜ ।

ମହାପ୍ରଭୁ ଲିଙ୍ଗରାଜଙ୍କ ରଥ ଯାତ୍ରା ପାଇଁ ପ୍ରସ୍ତୁତ ରହିଛି ରଥ ପଥ । ଏହାକୁ ଦୃଷ୍ଟିରେ ରଖି ଏକାମ୍ରକ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ସହ ଶ୍ରଦ୍ଧାଳୁଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥାର ଆୟୋଜନ କରିଛି ପ୍ରଶାସନ । ସେହିପରି କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ଫୋର୍ସ ମୁତୟନ କରଯାଇଥିବା ବେଳେ କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ପ୍ରସ୍ତୁତ ରହିଛନ୍ତି କର୍ମୀ । ତେବେ ଏକାମ୍ର କ୍ଷେତ୍ରରେ ସ୍ୱତନ୍ତ୍ର ପାର୍କିଂ ବ୍ୟବସ୍ଥା ଠାରୁ ଆରମ୍ଭ କରି ଅନ୍ୟାନ୍ୟ ସମସ୍ତ ପ୍ରସଙ୍ଗ ଉପରେ ଗୁରୁତ୍ୱ ଦିଆଯାଇଛି । ରଥଯାତ୍ରା ପାଇଁ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଥିବା ବେଳେ ଅନ୍ୟାନ୍ୟ ରୀତିନୀତି ମଧ୍ୟ ସମାପନ ହେବା ଉପରେ ପ୍ରସ୍ତୁତି ଶେଷ ହୋଇଛି । ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ କ୍ଷେତ୍ରରୁ ରୁକୁଣା ରଥ ବାହାରି ମାଉସୀମା’ ମନ୍ଦିର ଅଭିମୁଖେ ଯାତ୍ରା କରିବ ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.