ଆଜି ବିଧାନସଭା ଶୀତ ଅଧିବେଶନର ତୃତୀୟ ଦିନ, ବିଭିନ୍ନ ପ୍ରସଙ୍ଗରେ ସରଗରମ ରହିବ ଗୃହ

ଭୁବନେଶ୍ୱର: ଆଜି ବିଧାନସଭା ଶୀତ ଅଧିବେଶନର ତୃତୀୟ ଦିନ । ମଙ୍ଗଳବାର ଠାରୁ ଆରମ୍ଭ ହୋଇଥିବା ବିଧାନସଭା ଶୀତ ଅଧିବେଶନର ପ୍ରଥମ ଦିନ ହୋହାଲ୍ଲା ହଟ୍ଟଗୋଳ ମଧ୍ୟରେ ବିତିଥିବା ବେଳେ ଦ୍ଵିତୀୟ ଦିନ ସୁରୁଖୁରୁରେ ଚାଲିଥିଲା । ଆଜି ତୃତୀୟ ଦିବସରେ ସ୍ଵାଭାବିକ ହୋଇପାରେ ଗୃହ କାର୍ଯ୍ୟ। ଏହା ସହ ଆଜି ଗୃହରେ ଶିଶୁବିକ୍ରି, ଆମ୍ବ ଟାକୁଆ ଖାଇ ଆଦିବାସୀ ମୃତ୍ୟୁ ଓ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଭଳି ଅନେକ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗକୁ ନେଇ ଗୃହରେ ଆଲୋଚନା ହୋଇପାରେ ।

ପ୍ରଶ୍ନକାଳରେ ଜଳ ସମ୍ପଦ, ରାଜସ୍ଵ ବିପର୍ଯ୍ୟୟ ପରିଚାଳନା , ଇସ୍ପାତ ଓ ଖଣି ,ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରଶ୍ନ ରହିଛି । ଶୂନ୍ୟକାଳରେ ବହୁ ଗୁରୁତ୍ଵପୁର୍ଣ୍ଣ ପ୍ରସଙ୍ଗ ଉଠାଇ ପାରନ୍ତି ଉଭୟ ବିରୋଧୀ ଏବଂ ଶାସକ ଦଳର ସଦସ୍ୟମାନେ । ଏହା ସହ ଆଜି ମୁଖ୍ୟମନ୍ତ୍ରୀ ବିଭିନ୍ନ ବିଲ୍ ଆଣିବା ସହ ଅନେକ ବିଲ୍ ର ସଂଶୋଧନ ନେଇ ବିଧାନସଭାରେ ଉପସ୍ଥାପନା କରିପାରନ୍ତି।
ତେବେ ଆଜି ବିଭିନ୍ନ ପ୍ରସଙ୍ଗକୁ ନେଇ ଶୀତ ଅଧିବେଶନର ତୃତୀୟ ଦିନ ସରଗରମ ହୋଇପାରେ ବିଧାନସଭା ।