fbpx

ଆଜି ପହିଲି ରଜ, ଘରେ ଜମିବ ଦୋଳି ସାଙ୍ଗକୁ ପିଠାପଣାର ଆସର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ପହିଲି ରଜ । ପ୍ରକୃତିର ପର୍ବ ହେଉଛି ରଜ । ରଜ ଓଡ଼ିଆ ଜାତିର ସ୍ୱାଭିମାନ ଓ ସାଂସ୍କୃତିକ ବିଭବର ପରିଚୟ । ମାଆ, ଝିଅଙ୍କ ସହ ମାଟି ମାଆକୁ ନିଜ ସଂସାରରେ ସାମିଲ କରି ପ୍ରତିଟି ଓଡ଼ିଆ ପରିବାର ପାଳନ କରିଥାଏ ରଜ ପର୍ବ । ପ୍ରତି ଘରେ ପାରମ୍ପରିକ ପିଠାପଣା, ନାଚଗୀତ ଓ ଖେଳର ଆୟୋଜନ ବି ହୋଇଥାଏ । ପରସ୍ପର ପରସ୍ପରକୁ ରଜ ଶୁଭେଚ୍ଛା ଜଣାଇ ନାନାଦି ପ୍ରକାର ବ୍ୟଞ୍ଜନରେ ଆପ୍ୟାୟିତ କରିଥାନ୍ତି ।

ଚଳିତବର୍ଷ ମହାମାରୀ କରୋନାର କଠୋର ନିୟମ ଭିତରେ ଆମ ସଂସ୍କୃତି ଓ ପରମ୍ପରାର ରଜପର୍ବକୁ ଉଜ୍ଜୀବିତ କରି ରଖିବା ସହ ମାଟି ମା’କୁ ଭକ୍ତିୂତ ଶ୍ରଦ୍ଧା ଓ ସମ୍ମାନ ସହ ନିଆରା ଢଙ୍ଗରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଭୁବନେଶ୍ୱର ପୋଖରୀପୁଟସ୍ଥିତ ଇନ୍ଦ୍ରସ୍ଥ କଲୋନୀରେ ରହୁଥିବା ସାମାଜିକ କର୍ମୀ ତଥା ପରିବେଶବିତ୍‌ ସୁଶାନ୍ତ ସାହୁ । ପ୍ରକୃତି କୋଳରେ ରଜ ଉତ୍ସବର ସ୍ମୃତିକୁ ମନେ ପକାଇ ନିଆରା ଅନୁଭୂତିକୁ ସେ ସାଉଁଟିଛନ୍ତି ।

ପରିବେଶ ସୁରକ୍ଷା ପାଇଁ ଜନ ସଚେତନତା ଉଦ୍ଦେଶ୍ୟରେ ଏକ ବଳିଷ୍ଠ ବାର୍ତ୍ତା ଦେବା ପାଇଁ ସେ ପ୍ରୟାସ କରିଛନ୍ତି । ପତ୍ର, ଫୁଲକୁ ବ୍ୟବହାର କରି ସବୁଜିମା ଭିତରେ ତିଆରିଛନ୍ତି ରଜ ଦୋଳିର ଚିତ୍ର ଆନନ୍ଦରେ କୁଆଁରୀ କନ୍ୟା ଖେଳୁଛି ରଜଦୋଳି । ସୁଶାନ୍ତ ଏହି ମର୍ମରେ କୁହନ୍ତି ଦୋଳି ପାଇଁ ସୃଷ୍ଟି ହୋଇଥିବା ଗଛର ଅଭାବ ପାଇଁ ପ୍ରତିଟି ମଣିଷ ଗୋଟିଏ ଲେଖାଏଁ ଗଛ ଲଗାଇବା ପାଇଁ ରଜ ଉତ୍ସବରେ ସଂକଳ୍ପ ନିଅନ୍ତୁ ବୋଲି ସୁଶାନ୍ତ ନିବେଦନ କରିଛନ୍ତି ।

Get real time updates directly on you device, subscribe now.