ଆଜି ଦିନ ୨ଟା ଯାଏଁ ବନ୍ଦ ରହିବ ଜଗା ଦର୍ଶନ, ଶ୍ରୀମନ୍ଦିର ପ୍ରଶାସନର ସୂଚନା

ଜଗା ଦର୍ଶନ ଆଜି ଦିନ ୨ଟା ଯାଏଁ ରହିବ ବନ୍ଦ

ପୁରୀ: ଭକ୍ତଙ୍କ ପାଇଁ ବଡ଼ ଖବର। ଆଜି ଦିନ ୨ଟା ଯାଏଁ ବନ୍ଦ ରହିବ ଜଗା ଦର୍ଶନ। ଶ୍ରୀମନ୍ଦିରରେ ସେନାପଟା ନୀତି ଯୋଗୁଁ ସାଧାରଣ ଦର୍ଶନ ବନ୍ଦ ରହିବ। ସାଧାରଣ ଦର୍ଶନ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବଡ଼ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ପାଖେଇ ଆସୁଛି ରଥଯାତ୍ରା। ଏହାପୂର୍ବରୁ ମହାପ୍ରଭୁଙ୍କର ହୁଏ ଅନେକ ନୀତିକାନ୍ତି। ଏଥିରେ ସେନାପଟା ଲାଗି ନୀତି ଅନ୍ୟତମ। ଏହି ନୀତି ଗୁପ୍ତନୀତି। ଏଥିପାଇଁ କେବଳ ଦଇତାପତି ସେବାୟତମାନେ କରିଥାଆନ୍ତି ଏହି ନୀତି।

ଆଜି ଜ୍ୟେଷ୍ଠ ଶୁକ୍ଳ ପକ୍ଷର ଚତୁର୍ଦ୍ଦଶୀ ତିଥି। ମହାପ୍ରଭୁଙ୍କ ସେନାପଟା ନୀତି ଲାଗି ଗତକାଲି କାଲି ରାତ୍ର ପହଡ଼ ଠାରୁ ଆଜି ଦିନ ୨ଟା ପର୍ଯ୍ୟନ୍ତ ବନ୍ଦ ରହିବ ନୀତିକାନ୍ତି। ଏହାପରେ ସାଧାରଣ ଭାବେ କାଳିଆକୁ ଦର୍ଶନ କରିପାରିବେ ଭକ୍ତ।