fbpx
BJD SKY
BJD SKY

ଆଜି ସାରା ଦେଶରେ ଲାଗୁ ହେଉଛି Code of Conduct: ଏହିସବୁ କାର୍ଯ୍ୟରେ ଳାଗିବ ପ୍ରତିବନ୍ଧକ

BJD

ନୂଆଦିଲ୍ଲୀ: ଆଜି ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା କରିବେ ନିର୍ବାଚନ କମିସନ୍ । ନିର୍ବାଚନ ତାରିଖ ଘୋଷଣା ପରେ ସାରା ଦେଶରେ ଆଦର୍ଶ ଆଚାର ସଂହିତା ନିୟମ ମଧ୍ୟ ଲାଗୁ ହେବ । ନିଷ୍ପକ୍ଷ ଏବଂ ପାରଦର୍ଶୀ ଭାବରେ ନିର୍ବାଚନ କରିବା ପାଇଁ ନିର୍ବାଚନ ଆୟୋଗ କିଛି ନିୟମ ପ୍ରସ୍ତୁତ କରିଛନ୍ତି, ଯାହାକୁ ପ୍ରତ୍ୟେକ ରାଜନୈତିକ ଦଳ ମାନିବା ପାଇଁ ବାଧ୍ୟ ହୋଇଥାନ୍ତି । ଏହାବ୍ୟତୀତ ଆଚାର ସଂହିତାରେ ଅନେକ ପ୍ରତିବନ୍ଧକ ସାମିଲ ରହିଛି, ଯାହାର ଉଲ୍ଲଙ୍ଘନ କରିବା ଦ୍ୱାରା କଡ଼ା କାର୍ଯ୍ୟାନୁଷ୍ଠାନ ନେଇପାରନ୍ତି ନିର୍ବାଚନ କମିସନ୍ । ଏପରି ସ୍ଥିତିରେ ପ୍ରାର୍ଥିଙ୍କୁ ଅଯୋଗ୍ୟ ବୋଲି ମଧ୍ୟ ଘୋଷଣା କରାଯାଇପାରେ ।

ନିର୍ବାଚନର ତାରିଖ ଘୋଷଣା ସହିତ ଦେଶରେ ଅଚାର ସଂହିତା ଲାଗୁ ହୋଇଥାଏ । ବିଧାନସଭା ନିର୍ବାଚନରେ ଏହି ପ୍ରତିବନ୍ଧକ ରାଜ୍ୟବ୍ୟାପୀ ଲାଗୁ ହେଉଥିବା ବେଳେ ଲୋକସଭା ନିର୍ବାଚନ ସମୟରେ ସାରା ଦେଶରେ ଲାଗୁ ହୋଇଥାଏ ଏହି ଆଚାର ସଂହିତା । ନିର୍ବାଚନର ତାରିଖ ଘୋଷଣା ସମୟରୁ ଏହାର ପରିଣାମ ଆସିବା ପର୍ଯ୍ୟନ୍ତ ଆଚାର ସଂହିତା ଲାଗୁ ହୋଇଥାଏ । ଏହି ସମୟରେ ଅନେକ ଶକ୍ତି ନିର୍ବାଚନ ଆୟୋଗଙ୍କ ହାତକୁ ଚାଲିଯାଏ । ନିର୍ବାଚନୀ ଆଚାର ସଂହିତା ଲାଗୁ ହେବା ପରେ କୌଣସି ରାଜନୈତିକ ଦଳ ବା ବ୍ୟକ୍ତିବିଶେଷଙ୍କ ଫାଇଦା ପାଇଁ ସରକାରୀ ଟଙ୍କାର ବ୍ୟବହାର କରିପାରିବେ ନାହିଁ । ଏହାବ୍ୟତୀତ ନିର୍ବାଚନୀ ପ୍ରଚାରରେ ସରକାରୀ ଗାଡ଼ି, ବଙ୍ଗଳା, ବିମାନ କିମ୍ବା ସରକାରୀ ସୁବିଧା ଉପଭୋଗ କରିପାରିବେ ନାହିଁ ।

ଆଚାର ସଂହିତା ଲାଗୁ ହେବା ପରେ ସରକାରୀ ଘୋଷଣା, ଶିଳାନ୍ୟାସ ବା ଲୋକାର୍ପଣ ମଧ୍ୟ କରା ଯାଇପାରିବ ନାହିଁ । ଏହାବ୍ୟତୀତ କୌଣସି ରାଲି କିମ୍ବା ଜନସଭା କରିବା ପାଇଁ ପୋଲିସର ଅନୁମତି ନେବାକୁ ପଡ଼ିଥାଏ । ନିର୍ବାଚନୀ ରାଲିରେ ଟଙ୍କା, ଧର୍ମ, ଜାତି ନାମରେ ଭୋଟ ମାଗିବା ଉପରେ ସମ୍ପୂର୍ଣ୍ଣ ଭାବରେ ପ୍ରତିବନ୍ଧକ ଲାଗୁ ହୋଇଥାଏ । ଏହି ନିର୍ବାଚନ ସହ ଜଡ଼ିତ ଅଧିକାରୀ ଏବଂ କର୍ମଚାରୀଙ୍କ ଟ୍ରାନ୍ସଫର ମଧ୍ୟ କରାଯାଇ ପାରିବ ନାହିଁ । ତେବେ ଆବଶ୍ୟକ ହେଲେ ଏଥିପାଇଁ ନିର୍ବାଚନୀ ଆୟୋଗଙ୍କ ନିକଟରୁ ଅନୁମତି ନେବାକୁ ପଡ଼ିଥାଏ । ସେହିପରି ପ୍ରିଣ୍ଟ ଏବଂ ଇଲେକ୍ଟ୍ରୋନିକ ମିଡିଆରେ ସରକାରୀ ବ୍ୟୟରେ ବିଜ୍ଞାପନ ଉପରେ ରୋକ ଲଗାଯାଏ । ଏହାବ୍ୟତୀତ ରାତି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ସମସ୍ତ ପ୍ରକାର ଲାଉଡସ୍ପିକର ବ୍ୟବହାର ଉପରେ ପ୍ରତିବନ୍ଧକ ଲାଗୁ ହୋଇଥାଏ ।

ତେବେ ଏହି ଆଚାର ସଂହିତା ଜାରି ହୋଇଥିବା ବେଳେ ରାଜନେତାମାନେ ସମସ୍ତ ପ୍ରକାର ଜାତି ବା ସମୁଦାୟ ମଧ୍ୟରେ ଘୃଣା ବୃଦ୍ଧି କରୁଥିବା ବୟାନବାଜିରୁ ଦୂରେଇ ରହିବା ପାଇଁ ପ୍ରତିଶ୍ରୁତି ନେଇଥାନ୍ତି । ମନ୍ଦିର, ମସଜିଦ ବା ଅନ୍ୟ ପୂଜାସ୍ଥଳୀର ବ୍ୟବହାର ନିର୍ବାଚନୀ ପ୍ରଚାର ପାଇଁ ଉପôଲ୍ଧ ରହିବ ନାହିଁ ।

ଆଚାର ସଂହିତା ନିୟମ ଅନୁସାରେ, ମତଦାନର ୪୮ ଘଣ୍ଟା ପୂର୍ବରୁ ନିର୍ବାଚନୀ ପ୍ରଚାର ବନ୍ଦ କରାଯିବାକୁ ନିର୍ଦ୍ଦେଶ ରହିଛି । ତେବେ କୌଣସି ବ୍ୟକ୍ତିଙ୍କ ଜମି, ଘର ବର ପରିସରର କାନ୍ଥରେ ପତାକା ବା ବ୍ୟାନର ଲଗାଇବାକୁ ହେଲେ, ମାଲିକଙ୍କ ଅନୁମତି ନେବାକୁ ପଡ଼ିଥାଏ । ସେହିପରି ନିର୍ବାଚନ ଦିନ ଭୋଟରମାନଙ୍କ ଦିଆ ଯାଇଥିବା କାଗଜ ସାଧା କାଗଜ ବୋଲି ରାଜନୈତିକ ଦଳମାନଙ୍କୁ ସୁନିଶ୍ଚିତ କରିବାକୁ ପଡ଼ିଥାଏ । ଏଥିରେ କୌଣସି ପ୍ରକାର ଚିହ୍ନ ବା ଆଶାୟୀଙ୍କ ନାମ ରହିପାରିବ ନାହିଁ । ଭେଟିଂ ବୁଥରେ ମତଦାତାଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟକ୍ତି ପ୍ରବେଶ କରିପାରିବେ ନାହିଁ । ତେବେ ରାଜନୈତିକ ଦଳକୁ କୌଣସି ଅଭିଯୋଗ ଥିଳେ, ସେ ଅବଜରଭରଙ୍କୁ ଜଣାଇପାରିବେ ।

Get real time updates directly on you device, subscribe now.